ରୋଗୀ ମୃତ୍ୟୁକୁ ନେଇ ବରଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଉତ୍ତେଜନା

Published By : Prameya-News7 Bureau | June 27, 2019 IST

ବରଗଡ ୨୭|୬ : ରୋଗୀ ମୃତ୍ୟୁକୁ ନେଇ ବରଗଡ ମୁଖ୍ୟ ଚିକିତ୍ସାଳୟରେ ଉତ୍ତେଜନା ଦେଖାଦେଇଛି । ଚିକିତ୍ସା ଅବହେଳାରୁ ରୋଗୀଙ୍କ ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ମୃତକ ହେଲେ ବେହେରା ଟିକ୍ରାର ଚୈତନ୍ୟ ବେହେରା ।

{"id":127669}

ଗତକାଲି ରାତିରେ ମେଡିକାଲ ପରିସରରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହେବା ସହ ପୋଲିସ ସହ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଥିଲା । ଆଜି ସକାଳୁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି ପରିବାର ଓ ସ୍ଥାନୀୟ ଲୋକେ ।

{"id":127670}

ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନହେବା ପର୍ଯ୍ୟନ୍ତ ମୃତଦେହ ଗ୍ରହଣ କରିବେ ନାହିଁ ବୋଲି ପରିବାର ଲୋକେ ଚେତବାନୀ ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.