ଜୀବନ ବଞ୍ଚାଇବାକୁ ଥାନାକୁ ଆସିଲେ ଦୌଡି, ହେଲେ ସେଠାରେ ବି ଯୁବକଙ୍କୁ ଛାଡିଲେନି...

Published By : Prameya-News7 Bureau | February 25, 2024 IST

ବାଲିପାଟଣା ୨୫।୦୨ : ଥାନା ପରିସରରେ ଯୁବକଙ୍କୁ ମାଡ଼ । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଯୁବକଙ୍କୁ ଥାନା ପରିସରରେ ମରଣାତ୍ମକ ଆକ୍ରମଣ ହୋଇଛି । ଯେଉଁଥିରେ ଯୁବକ ଜଣଙ୍କ ଗୁରୁତର ହୋଇଛନ୍ତି । ଗୁରୁତର ଅବସ୍ଥାରେ ଯୁବକଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଭୁବନେଶ୍ୱର ଉପକଣ୍ଠ ବାଲିପାଟଣା ଥାନା ପରିସରରେ ଏଭଳି ଘଟଣା ଘଟିଛି ।

ଖବର ଅନୁଯାୟୀ, ଶନିବାର ରାତି ପ୍ରାୟ ୧୦ ଟାରେ ମୁଦୁଲି ସାହିର ଚିତ୍ତରଞ୍ଜନ ମୁଦୁଲି ଘରକୁ ଫେରିଥିଲେ । ଏହି ସମୟରେ ୩ଜଣ ଯୁବକ ପୂର୍ବ ଶତ୍ରୁତାରୁ ଚିତ୍ତରଞ୍ଜନଙ୍କୁ ଥାନା ନିକଟରେ ମାଡ ମାରିଥିଲେ । ଚିତ୍ତରଞ୍ଜନ ନିଜ ଜୀବନ ବଞ୍ଚାଇବାକୁ ଚେଷ୍ଟା କରି ଥାନା ପରିସରକୁ ଦୌଡି ଆସିଥିଲେ । ହେଲେ ଥାନା ପରିସରରେ ତିନି ଜଣ ଯୁବକ ମାଡ ମାରି ଲହୁଲୁହାଣ କରିବା ସହ ଏକ ଇଟାରେ ଚିତ୍ତରଞ୍ଜନଙ୍କ ମୁହଁକୁ ଛେଚି ଦେଇଥିଲେ। ସେପଟେ ପୋଲିସ ଘଟଣାରେ ଦୁଇ ଜଣ ଯୁବକଙ୍କୁ କାବୁ କରିବା ପରେ ଥାନାରେ ଅଟକ ରଖିଛି । ଜଣେ ଅଭିଯୁକ୍ତ ଘଟଣାସ୍ଥଳରୁ ଚମ୍ପଟ ମାରିଛି ।  

wp:embed {"url":"https://www.prameyanews7.com/delhi-police-remove-barricades-from-singhu-border-service-lane/","type":"wp-embed","providerNameSlug":"prameya-news-7"}
https://www.prameyanews7.com/delhi-police-remove-barricades-from-singhu-border-service-lane/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.