ଠିକ୍ ସମୟରେ ଆସିଲାନି ଆମ୍ବୁଲାନ୍ସ, ହସ୍ପିଟାଲ ପରିସରରେ ଭଙ୍ଗାରୁଜା
28/09/2023 at 1:06 PM

ବାଲିପାଟଣା ୨୮।୦୯ : ହସ୍ପିଟାଲରେ ଉତ୍ତେଜନା । ଆମ୍ବୁଲାନ୍ସ ଆସିବେ ବିଳମ୍ବ ହେବାରୁ ରୋଗୀଙ୍କ ସଂପର୍କୀୟଙ୍କ ଉନ୍ମତ୍ତକାଣ୍ଡ । ଡାକ୍ତରଙ୍କୁ ଦୁଃବ୍ୟବହାର ସହ ହସ୍ପିଟାଲ ପରିସରରେ ଭଙ୍ଗାରୁଜା ହୋଇଛି । ରାଜଧାନୀ ଉପକଣ୍ଠ ବାଲିପାଟଣା ଥାନା ବାଲିପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଏପରି ଘଟଣା ଦେଖିବାକୁ ମିଳିଛି । ବାଲିପାଟଣା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି ।
ଖବର ଅନୁଯାୟୀ, ବୁଧବାର ତୁରିନ୍ତିରା ଗାଁର ମହେନ୍ଦ୍ର ଜେନା ଅସୁସ୍ଥ ହୋଇଥିଲେ । ଏହାପରେ ତାଙ୍କୁ ବାଲିପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ସେଠାରେ ସ୍ୱାସ୍ଥ୍ୟରେ ଉନ୍ନତି ନହେବାରୁ ରାତି ଡାକ୍ତର ବିଏମ୍ ଶଙ୍କର ପଣ୍ଡା ତାଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ରେଫର କରିଥିଲେ । ଏନେଇ ରୋଗୀଙ୍କ ସଂପର୍କୀୟ ଆମ୍ବୁଲାନ୍ସକୁ ଡକାଇଥିଲେ । କିନ୍ତୁ ଆମ୍ବୁଲାନ୍ସ ଆସିବାରେ ବିଳମ୍ବ ହୋଇଥିଲା । ଯାହାକୁ ନେଇ ମେଡିକାଲରେ ପରିସରେ ରୋଗୀଙ୍କ ସଂପର୍କୀୟଙ୍କ ଉତ୍ତେଜନା ଦେଖିବାକୁ ମିଳିଥିଲା । ଏପିରିକି ଡାକ୍ତର ପଣ୍ଡାଙ୍କୁ ଦୁଃବ୍ୟବହାର, ଆକ୍ରମଣ ସହ ଗାଳି ଗୁଲଜ କରିଥିଲେ । ଡାକ୍ତରଙ୍କ ଟେବୁଲ ଭଙ୍ଗାରୁଜ ସହ ହସ୍ପିଟାଲରେ ପରିସରରେ ଉତ୍ତେଜନା ଲାଗି ରହିଛି ।