ବିବାଦ ତୁଟାଇବାକୁ ଯାଇ ଆକ୍ରମଣର ଶୀକାର : ପୋଲିସ ଉପରକୁ ବୋମାମାଡ଼, ଜଣେ କନେଷ୍ଟବଳ ଆହତ

Published By : Prameya-News7 Bureau | January 09, 2021 IST

ଆଠଗଡ଼ ୦୯।୦୧: ପୋଲିସ ଉପରକୁ ବୋମାମାଡ଼ । ଆଠଗଡ଼ ଖୁଣ୍ଟୁଣୀ ଥାନା ଡାଳଭାଗ ଗାଁରେ ପୋଲିସ ଉପରକୁ ବୋମାମାଡ଼ ହୋଇଛି । ବୋମାମାଡ଼ରେ ଜଣେ ପୋଲିସ କର୍ମଚାରୀ ଆହତ ହୋଇଥିବା ଜଣାପଡିଛି । ଆହତ ଅବସ୍ଥାରେ ତାଙ୍କୁ ଆଠଗଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି ।

ଖବର ଅନୁଯାୟୀ, ଶ୍ରୀ ସିମେଣ୍ଟ  କମ୍ପାନୀର ବିଦ୍ୟୁତ ତାର ଭିଡାକୁ ନେଇ ଜମି ହିତାଧିକାରୀ  ଏବଂ ଓପିଟିସିଏଲ୍ କର୍ମଚାରୀ ମୁହାଁମୁହିଁ ହୋଇଥିଲା । ବିବାଦକୁ ସମାଧାନ କରିବା ପାଇଁ ସ୍ଥାନୀୟ ପୋଲିସକୁ ଖବର ଦିଆଯାଇଥିଲା । କିନ୍ତୁ ବିବାଦର ସମାଧାନ କରିବାକୁ ଯାଇ ପୋଲିସ ଉପରକୁ ବୋମାମାଡ଼ ହୋଇଥିବା ଖବର ମିଳିଛି । ଯେଉଁଥିରେ କି ଜଣେ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି । ତେବେ ପରିସ୍ଥିତିତୁ ଦେଖି  ଘଟଣା ସ୍ଥଳରେ ଚୌଦ୍ବାର ଏସ୍‌ଡିପିଓ, ୨ ଜଣ ଆଇଆଇସି ଓ ୨ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଏବେ ବି ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଛି।  ଦୀର୍ଘ ଦିନ ହେବ  ଏହାକୁ ବିରୋଧ କରି ଆସୁଥିଲେ ଜମି ମାଲିକମାନେ। ଯାହାର ପରିଣତି ପୋଲିସକୁ ଆଜି ଭେଗୀବାକୁ ପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.