ପୁଣି ଆଖି ଗାଏବ, ଅନୁଗୁଳ ମେଡିକାଲ ଶବାଗାରରୁ ଗାଏବ ହେଲା ମୃତ ବ୍ୟକ୍ତିଙ୍କ ଆଖି
23/07/2019 at 10:02 AM

ଅନୁଗୋଳ ୨୩|୭: ପୁଣି ଅନୁଗୋଳ ମେଡିକାଲର ଶବାଗାରରୁ ଆଖି ଗାଏବ । ମେଡିକାଲ ଶବାଗାରରୁ ମୃତକଙ୍କ ଡାହାଣ ଆଖି ଗାଏବ ହୋଇଯାଇଛି । ମୃତକ ହେଲେ କୁଶକିଳାଗାଁର ୩୫ ବର୍ଷ ବୟସ୍କ ଜମ୍ବେଶ୍ବର ନାୟକ ।

ସୂଚନାଯୋଗ୍ୟ ଯେ, ଗତକାଲି ଜମ୍ବେଶ୍ବର ନାୟକଙ୍କର ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା । ଦୁର୍ଘଟଣା ପରେ ଅନୁଗୋଳ ଶବାଗାରରେ ମୃତଦେହ ରଖାଯାଇଥିଲା । ଆଜି ପୋଷ୍ଟମର୍ଟମ କରିବାକୁ ମୃତଦେହ କାଢିବା ପରେ ଡାହାଣ ଆଖି ନଥିବା ଦେଖିବାକୁ ମିଳିଥିଲା । ଆଖି ପତ୍ତା ମଧ୍ୟ ନଷ୍ଟ ହୋଇଯାଇଛି । ଫଳରେ ମେଡିକାଲରେ ଏକ ପ୍ରକାର ଉତ୍ତେଜନା ଲାଗିରହିଛି ।

ପୂର୍ବରୁ ଅନୁଗୁଳ ମେଡିକାଲରେ ଜଣେ ୩ବର୍ଷ ଶିଶୁର ଆଖି ତାଡି ନେଇଯାଇଥିବା ଅଭିଯୋଗ ଆଣିଥିଲେ ପରିବାରଲୋକ। ଘଟଣାକୁ ନେଇ ମେଡିକାଲରେ ଉତ୍ତେଜନା ଦେଖାଦେଇଥିଲା । ଘଟଣାର ତଦନ୍ତ ଦାବି କରିବା ସହ ଦୋଷୀ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ ପରିବାରଲୋକ ।