ଶବାଗାରରେ ରଖିଲେନି ଶବ, ରାତି ତମାମ ମେଡିକାଲ ବାରଣ୍ଡାରେ ପଡି ରହିଲା ଶବ
20/07/2019 at 8:31 AM

ଅନୁଗୁଳ ୨୦|୭: ଅନୁଗୁଳ ମେଡିକାଲରେ ପୁଣି ଅଭାବନୀୟ ପରିସ୍ଥିତି ଦେଖିବାକୁ ମିଳିଛି। ଶବାଗାରରେ ରଖାଗଲା ନାହିଁ ଶବ। ରାତି ତମାମ ମେଡିକାଲ ବାରଣ୍ଡାରେ ପଡି ରହିଲା ଶବ। ମୃତକ ଖଣ୍ଡହତା ଗାଁର ୮ବର୍ଷର ନାବାଳିକା ଜୟଶ୍ରୀ ନହରା ।

ସୂଚନାଯୋଗ୍ୟ ଯେ, ଗତକାଲି ସାପ କାମୁଡିବା ଯୋଗୁଁ ମେଡିକାଲକୁ ଆଣିଥିଲେ ପରିବାର ଲୋକ। ମେଡିକାଲରେ ତାଙ୍କର ମୃତ୍ୟୁ ହେବା ପରେ ଆଉ ଶବାଗାରରେ ରଖି ନାହାନ୍ତି ଶବ। ଗତକାଲି ଶବାଗାରରେ ଜଣେ ଝିଅର ଆଖି ତାଡି ନେବା ପରେ ଆଜି ଏଭଳି ପରିସ୍ଥିତି ଦେଖାଦେଇଛି । ଆଉ ଶବାଗାରରେ ରଖିବାକୁ ଡରୁଛନ୍ତି ମେଡିକାଲ କର୍ତ୍ତୃପକ୍ଷ ।