ସରକାରୀ ଜମିରୁ ଗଛକଟାକୁ ବିରୋଧ କରିବାରୁ ଆକ୍ରମଣ, ଓ୍ୱାର୍ଡ ମେମ୍ବରଙ୍କ ସ୍ୱାମୀ ଗୁରୁତର

Published By : Prameya-News7 Bureau | December 05, 2020 IST

ଆନନ୍ଦପୁର ୦୫।୧୨: ସରକାରୀ ଜମିରେ ଗଛ କଟାକୁ ବିରୋଧ କରିବାରୁ ଆକ୍ରମଣ ହୋଇଛି । ଏହି ଆକ୍ରମଣରେ ଓ୍ୱାର୍ଡ ମେମ୍ବରଙ୍କ ସ୍ୱାମୀ ଗୁରୁତର ଭାବେ ଆହତ ହୋଇଛନ୍ତି । ତାଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଥାନା  ପଞ୍ଚଗୋଛିଆ ଗାଁରେ ଘଟିଛି ଘଟଣା ।

ଖବର ଅନୁଯାୟୀ, ପଞ୍ଚଗୋଛିଆ ଗାଁ ୧୫ ନଂ ଓ୍ୱାର୍ଡ ମେମ୍ବର ଆରତୀୟ ନାୟକଙ୍କ ସ୍ୱାମୀ ଉତ୍ତମ ନାୟକଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି । ସେ ଗୁରୁତର ଅବସ୍ତାରେ ଆନନ୍ଦପୁର ମେଡିକାଲରେ ଭର୍ତ୍ତି କରାଯାଇଛି । ଆଜି ଉତ୍ତମଙ୍କ ଘର ନିକଟରେ ପଞ୍ଚଗୋଛିଆ ଜିଆରଏସ୍‌ ରାଜୀବ କୁମା ଦାସ , ଗାଁର ସୁଧାଂଶୁ କୁମାର ନାୟକ, ରାକେଶ ନାୟକଙ୍କ ସମେତ ୪ ରୁ ୫ଜଣ ତାଙ୍କୁ ଆକ୍ରମଣ କରିଥିଲେ । ଏନେଇ ପୋଲିସ ଥାନାରେ ଅଭିଯୋଗ ହୋଇଛି ।  ଗାଁରେ ଥିବା ଏକ ସରକାରୀ ଜମିରେ ଖେଳ ପଡିଆ ହେବାକୁ ଥିବା କହି ଜିଆରଏସ୍‌ କିଛି ଲୋକଙ୍କୁ ଧରି ସଂପୃକ୍ତ ଜମିରୁ ଅନେକ ମୁଲ୍ୟବାନ ଗଛ କାଟିଥିଲେ । ଏନେଇ ବିବାଦ ହୋଇଥିଲା । ତେବେ ପୋଲିସ ନିକଟରେ ଅଭିଯୋଗ ପରେ ଛାନ୍‌ଭିନ୍‌ ଆରମ୍ଭ ହୋଇଛି । ଗଛକଟାକୁ ନେଇ ବନବିଭାଗ ଓ ପୋଲିସର ଦୃଷ୍ଟି ଆକର୍ଷଣ କରିବାରୁ ଏପରି ଆକ୍ରମଣ ହୋଇଛି ବୋଲି କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.