ଭଦ୍ରକ ୦୪।୦୩ : ଘରକୁ ସାଲାଇନ୍ ନେବା ପାଇଁ ମାଗିଲେ । ଫାର୍ମାସିଷ୍ଟ ନଦେବାରୁ ନିସ୍ତୁକ ମାଡ ମାରିଲେ । ଭଦ୍ରକ ଜିଲ୍ଲା ଆଗରପଡ଼ା ଥାନା ଆଗରପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଏଭଳି ଘଟଣା ଦେଖିବାକୁ ମିଳିଛି ।
{"id":916865,"sizeSlug":"full","linkDestination":"none"}
ଖବର ଅନୁଯାୟୀ, ଆଗରପଡା ଥାନା ଅଧିନ ବିଟିପୁର ଗାଁର ଦୁଇ ଜଣ ଯୁବକ ମେଡିକାଲକୁ ଆସିଥିଲେ । ଫାର୍ମାସିଷ୍ଟ ମହେଶ୍ବର ଦାସ ରୋଗୀ ଦେଖୁଥିବା ବେଳେ ଯୁବକ ମାନେ ସାଲାଇନ ମାଗିଥିଲେ । ସାଲାଇନ ଘରକୁ ନେବା ପାଇଁ କହିଥିବାରୁ ଜାଣି ଫାର୍ମାସିଷ୍ଟ ସାଲାଇନ ଦେବାକୁ ମନା କରିଥିଲେ । ପରେ ଯୁବକ ଦୁଇ ଜଣ ଅତର୍କିତ ଆକ୍ରମଣ କରିଥିଲେ । ଘଟଣାକୁ ନେଇ ଆଗରପଡା ଥାନାରେ ଏତଲା ଦିଆଯାଇଛି । ପୋଲିସ ଜଣକୁ ଅଟକ ରଖିଥିବା ସୂଚନା ମିଳିଛି ।
wp:embed {"url":"https://www.prameyanews7.com/family-donated-the-organs-of-the-eight-year-old-son/","type":"wp-embed","providerNameSlug":"prameya-news-7"}