ମଦ କାଉଣ୍ଟରରେ ଗଣ୍ଡଗୋଳ
19/08/2018 at 7:49 AM

ନୀଳଗିରି ୧୯/୮ : ବାଲେଶ୍ୱର ନୀଳଗିରି ଅଂଚଳର କଚେରୀ ଛକ ନିକଟସ୍ଥ ମଦ କାଉଣ୍ଟରରେ ଗଣ୍ଡଗୋଳ ହୋଇଥିବା ଦେଖିବାକୁ ମିଳିଛି | ଗଣ୍ଡଗୋଳ ଉଗ୍ର ରୂପ ନେଇଛି | ଗତକାଲି ବିଳମ୍ବିତ ରାତିରେ ଜଣେ ବ୍ୟକ୍ତି ମଦ କିଣିବା ପାଇଁ ଆସିଥିଲେ | ତେବେ ମଦର ଦାମ ଓ ଟଙ୍କା ଫେରସ୍ତକୁ ନେଇ କାଉଣ୍ଟରରେ ଥିବା ବ୍ୟକ୍ତିଙ୍କ ସହ ଝଗଡା ହୋଇଥିଲା | ଝଗଡା ଏତେ ବଢିଯାଇଥିଲା ଯେ କାଉଣ୍ଟରରେ ଥିବା ବ୍ୟକ୍ତି ମାରଣାସ୍ତ୍ର ବାହାର କରିଥିଲେ | ଯାହାଫଳରେ ପରିସ୍ଥିତି ଅଣାୟତ୍ତ ହୋଇପଡ଼ିଥିଲା | ତେବେ ପୋଲିସ ଘଟଣାସ୍ଥଳରେ ପହଂଚି ମାରଣାସ୍ତ୍ର ଜବତ କରିଛି | ରାତି ୧୦ ଟା ପରେ ମଦ ଦୋକାନ ଖୋଲିବାକୁ ନେଇ ତୀବ୍ର ବିରୋଧ କରିଛନ୍ତି ଅଞ୍ଚଳବାସୀ | ତେବେ ମଦ ଦୋକାନ ମାଲିକ ବିହାର ଅଂଚଳର ବୋଲି ଜଣାପଡିଛି | କୌଣସି ଅଘଟଣ ଆଶଙ୍କାରେ ପୋଲିସ ନଜର ରଖିଛି |