ଟୋଲ ଆଦାୟକୁ ବିରୋଧ କରି ଟୋଲଗେଟ ଭଙ୍ଗାରୁଜା କରି ଜାଳି ଦେଲେ ଗ୍ରାମବାସୀ
19/09/2018 at 12:24 PM

ପୁରୀ ୧୯/୯ : ପୁରୀ ନିରାକାରପୁର ଜଗନ୍ନାଥ ରୋଡ଼ ଯମୁନାକୁଦ ଠାରେ ଉତ୍ତେଜନା ଦେଖାଦେଇଛି | ଟୋଲ ଗେଟକୁ ଭଙ୍ଗାରୁଜା କରି ଜାଳିଦେଲେ ସ୍ଥାନୀୟ ଲୋକେ | ମନ ଇଛା ଟୋଲ ଆଦାୟକୁ ବିରୋଧ କରି ଗ୍ରାମବାସୀ ଏଭଳି କାଣ୍ଡ କରିଛନ୍ତି | ପ୍ରତିବାଦରେ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି ଗ୍ରାମବାସୀ | ଫଳରେ ରାସ୍ତାର ଉଭୟ ପାର୍ଶ୍ୱରେ ଶତାଧିକ ଗାଡି ଅଟକି ରହିଛି | ସମସ୍ୟାର ସମାଧାନ ପାଇଁ ବାରମ୍ବାର ପ୍ରଶାସନକୁ ଜଣାଇଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଇନଥିଲା | ଫଳରେ ଉତ୍ୟକ୍ତ ହୋଇ ଗ୍ରାମବାସୀ ଟୋଲ ଗେଟ ଭାଙ୍ଗି ଦେଇଛନ୍ତି | ସେହି ସ୍ଥାନରୁ ଟୋଲ ଗେଟ ଉଠାଇଦେବା ପାଇଁ ଦାବି କରିଛନ୍ତି ଗ୍ରାମବାସୀ |
Related Posts
ଓଲଟିଲା ‘ସାଇକୃପା’ ବସ୍ : ଜଣେ ମୃତ, ୩୦ ଆହତ
6 July 2022