ରାଜଧାନୀର ବିଭିନ୍ନ କଲେଜରେ ପରିଚାଳନାଗତ ତ୍ରୁଟି ଯୋଗୁଁ ପରୀକ୍ଷାରୁ ବଞ୍ଚିତ ହେଲେ ଛାତ୍ରଛାତ୍ରୀ
28/05/2018 at 3:02 AM

ଭୁବନେଶ୍ବର ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ ଅାତ୍ମା ପରୀକ୍ଷାରେ ପରୀକ୍ଷା ପରିଚାଳନାକୁ ଆସିଥିବା ଅଧିକାରୀଙ୍କ ମନମୁଖୀ କାର୍ଯ୍ୟ ଯୋଗୁ ପ୍ରାୟ ୫୦ ରୁ ଉର୍ଦ୍ଧ ପରୀକ୍ଷାର୍ଥୀ ପରୀକ୍ଷା ନ ଦେଇ ଫେରିଛନ୍ତି। ଭୁବନେଶ୍ବଣ ଓଡିଶା ଇଞ୍ଜିନିୟରି କଲେଜରେ ପରୀକ୍ଷା ଦେବା ପାଇଁ ଛାତ୍ରଛାତ୍ରୀଙ୍କୁ ଅନୁମତି ମିଳଥିଲା। ପରୀକ୍ଷା ହଲ ଭିତରେ ଏଣ୍ଟ୍ରି ପାଇଁ ଦିନ ଗୋଟାଏରୁ ଗୋଟାଏ ୪୫ ପର୍ଯ୍ୟନ୍ତ ଏଣ୍ଟ୍ରି କରିବା ପାଇଁ ସମୟସୀମା ଧାର୍ଯ୍ୟ କରାଯାଇଥିଲା। ଛାତ୍ରଛାତ୍ରିମାନେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ପରୀକ୍ଷା ପାଇଁ ଗେଟ ନିକଟରେ ରୁଣ୍ଡ ହୋଇଥିଲେ। ଛାତ୍ରଛାତ୍ରୀଙ୍କୁ ଗୋଟାଏ ୩୦ ମନିଟରେ ଗେଟ ଭିତରକୁ ଛାଡାଯାଇଥିଲା। ଅାତ୍ମାର ଯେଉଁ ଅଧିକରୀ ଆସିଥିଲେ ଗୋଟାଏ ୪୫ ରେ ଯେତିକି ପିଲାଙ୍କର ନାମ ପଞ୍ଜିକରଣ ହୋଇ ପାରିଲା ସେତିକି ପିଲାଙ୍କୁ ପରୀକ୍ଷା ଦେବା ପାଇଁ ଅନୁମତି ଦେଇଥିଲେ। ଏହି ଘଟଣାକୁ ନେଇ କଲେଜ ଭିତରେ ଉତ୍ତେଜନା ଦେଖା ଦେଇଥିଲା।
ପରିସ୍ଥିତି ଏଭଳି ହୋଇଥିଲା ଛାତ୍ରମାନଙ୍କୁ ଠେଲାପେଲା କରି କଲେଜରେ ଥିବା କିଛି ଲୋକ ବାହାରକୁ ବାହାର କରି ଦେଇଥିବା ଦେଖା ଯାଇଥିଲା। ଏ ସମ୍ପର୍କରେ ଛାତ୍ରଛାତ୍ରୀମାନେ ଅାତ୍ମାର ମୁଖ୍ୟ କାର୍ଯ୍ୟାଳୟକୁ ମେଲ ଯୋଗେ ଅବଗତ କରାଇଛନ୍ତି। ଆତ୍ମାରୁ ଆସିଥିବା କତୃପକ୍ଷ ପିଲାମାନଙ୍କୁ ସାମ୍ନା କରିବା ପାଇଁ ଆସି ନିଥିଲେ। ଏପରିକି କ୍ୟାମେରା ଅାଗରେ କିଛି କହିବାକୁ ମନା କରିଦେଇଥିଲେ।
ଆତ୍ମା ଦ୍ବାରା ପରିଚାଳିତ ଏହି ପରୀକ୍ଷାରେ ପିଲାମାନଙ୍କର ସେଭଳି କୌଣସି ନିର୍ଦ୍ଧିଷ୍ଟ ସୂଚନା ଦିଅଯାଇ ନ ଥିଲା। ଏଠାରେ ଅାତ୍ମରୁ ଆସିଥିବା ଅଧିକାରୀଙ୍କ ମନମୁଖୀ କାର୍ଯ୍ୟ ଯୋଗୁ ବହୁ ଛାତ୍ର ଛାତ୍ରି ପରୀକ୍ଷାରୁ ବଞ୍ଚିତ ହୋଇଛନ୍ତି। ବହୁ ଗରିବ ଛାତ୍ରଛତ୍ରୀ ଅଧୁସିତ ଅଞ୍ଚଳରୁ ୧୩୫୦ ଟଙ୍କାର ରେଜିଷ୍ଟେନ କରିବା ସହ ଅର୍ଥ ଖଚ୍ଚ କରି ପରୀକ୍ଷା ଦେବାକୁ ଆସିଥିଲେ ।