କଳାହାଣ୍ଡିରେ ଦାଦନ ମୃତଦେହକୁ ନେଇ ଉତ୍ତେଜନା

Published By : Prameya-News7 Bureau | September 13, 2018 IST

କଳାହାଣ୍ଡି ୧୩/୯ : କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ତୁଲାପଡା ଗାଁରେ ଦାଦନ ଶବକୁ ନେଇ ଏକ ଅଭାବନୀୟ ଘଟଣା ଘଟିଯାଇଛି । ଏହି ଦାଦନ ଶବକୁ ନେଇ ଗାଁରେ ଉତେଜନା ଲାଗି ରହିଛି । ତୁଲାପଡା ଗାଁର ହରିଜନ ପଡାର ହେମନ୍ତ ନାଗ ନାମକ ଯୁବକ ଗୁଜୁରାଟରେ ଦାଦନ ଖଟିବାକୁ ଯାଇଥିବା ବେଳେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା । ପରେ ଶବକୁ ଏକ ଏମ୍ବୁଲାନ୍ସ ରେ ତୁଲାପଡା ଆଣିବା ବେଳେ ଗାଁର ଅନ୍ୟ ଏକ ଗୋଷ୍ଠି ଆସନ୍ତା କାଲି ନୁଆଖାଇ ପର୍ବ ଥିବାରୁ ଗାଁରେ ପୁଜାର୍ଚନା ଲାଗି ରହିଥିବାରୁ ଗାଁର ଶବକୁ ପସେଇ ଦେବାକୁ ବିରୋଧ କରିଥିଲେ । ଫଳରେ ଗାରେ ଉତେଜନା ଲାଗି ରହିଛି । ଖବର ପାଇ ନର୍ଲା ପୋଲିସ ଗାଁରେ ପହଞ୍ଚି ଥିଲେ ହେଁ ଉତେଜନା ଲାଗି ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.