ଦେବଗଡ଼ ମହାଜନମୁଣ୍ଡାରେ ବ୍ଲାଷ୍ଟିଂ ବନ୍ଦ ନେଇ ଜୋର ଧରିଲାଣି ଦାବି ; ବିବାଦରେ ପୋଲିସର ଭୂମିକା

Published By : Prameya-News7 Bureau | June 21, 2018 IST

ପଥର କ୍ବାରିରେ ବେଆଇନ ବ୍ଲାଷ୍ଟିଂକୁ ନେଇ ବିବାଦ। ଦେବଗଡ ଜିଲ୍ଲା ବାରକୋଟ ବ୍ଲକ ଅନ୍ତର୍ଗତ ମହାଜନମୁଣ୍ଡା ଗ୍ରାମ ନିକଟସ୍ଥ ବାହାଡରେ ପଥର ଖୋଳିବା ପାଇଁ ତହସିଲ ପକ୍ଷରୁ ଲିଜ ପ୍ରଦାନ କରାଯାଇଥିବା ବଳେ ଏଥିରେ ବେଆଇନ ବ୍ଲାଷ୍ଟିଂକୁ ନେଇ ଗ୍ରାମବାସୀ ବିରୋଧ କରିଥିଲେ । ନିରାପତା ଦୃଷ୍ଟିରୁ ଗ୍ରାମବାସୀ ଏହି ପଥର ଖାଦାନକୁ ବନ୍ଦ କରିବାପାଇଁ ଦାବୀ କରିଛନ୍ତି । ଦେବଗଡ ଜିଲ୍ଲା ବାରକୋଟ ବ୍ଲକ ମହାଜନମୁଣ୍ଡା ପଥରକ୍ବାରୀକୁ ବନ୍ଦ କରିବାକୁ ଗ୍ରାମବାସୀ ଦାବୀ କରିଛନ୍ତି । ଏ ନେଇ ଅଂଚଳରେ ଅଶାନ୍ତିର ବାତାବରଣ ରହିଥିବେ ବେଳେ କୋରାପୁଟ ରାଣୀଗଡ ପଥର ଧସିବା ଘଟଣାରେ ଦୁଇଜଣଙ୍କ ମୃତ୍ୟୁ ଘଟିବା ପରେ ଏହି ପଥରକ୍ବାରୀକୁ ବନ୍ଦ କରିବାକୁ ଦାବୀ ଜୋର ଧରିଛି। ମହାଜନମୁଣ୍ଡା ପଥରକ୍ବାରୀକୁ ନେଇ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଛି। ଘଟଣାନେଇ ମେ ମାସ ୨୧ ତାରିଖରେ ସେ ଅଂଚଳର ରାଜସ୍ବ ନିରୀକ୍ଷକ ପଥର ଖୋଳିବା ବନ୍ଦ କରିବାକୁ ବାରମ୍ବାର ତାଗିଦ କରାଯାଇଥତ୍ବା କହିଥିବା ବେଳେ ଏବେ ଖୋଦ ଅତିରିକ୍ତ ଜିଲ୍ଲାପାଳ ଏ କଥାକୁ ଅସ୍ବୀକାର କରିବା ସହ ପଥର ବ୍ଲାଷ୍ଟିଂର ବୈଧତା ନେଇ ତଦନ୍ତ ଚାଲିଥିବା କହିଛନ୍ତି। ଦୁଇ ସରକାରୀ ଅଧତ୍କାରୀଙ୍କ ପରସ୍ପର ବିରୋଧୀ ବୟାନକୁ ନେଇ ପଥରକ୍ବାରୀର ବୈଧତା ଏପରେ ସନ୍ଦେହ ସୃଷ୍ଟି ହେଉଛି। କୋରାପୁଟ ରାଣୀଗଡ ପଥର ଖାଦାନ ଧସିବା ଘଟଣା ପଦାକୁ ଆସିବା ପରେ ମହାଜନମୁଣ୍ଡା ଅଂଚଳରେ ଭୟର ବାତାବରଣ ଛାଇଯାଇଛି। ସେପଟେ ପଥରକ୍ବାରୀ ଜଣକ ନାମରେ ଲିଜ ଥତ୍ବା ବଳେ ଅନ୍ୟ ଏକ କମ୍ପାନି ପଥର ଖୋଳିବା ବେଆଇନ ଅଟେ। ଏପରିସ୍ଥଳେ ଏହାର ଉଚ୍ଚସ୍ତରୀୟ ତଦ’ ହୋଇ ଦୃଢ କାର୍ଯୟାନୁଷ୍ଠାନ ପାଇଁ ଦାବି ହେଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.