Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ନୟାଗଡ: ରାମ ନବମୀ ଯାତ୍ରା ହେଲା ଶେଷଯାତ୍ରା, ଗଛରେ ବାଇକ୍ ପିଟିହେବାରୁ ଚାଲିଗଲା ୩ ଜୀବନ
  • ||
  • ସମ୍ୱଲପୁର: କେନାଲକୁ ଖସିଲା ବରଯାତ୍ରୀ ଗାଡ଼ି, ଚାଲିଗଲା ୬ ଜଣକ ଜୀବନ
  • ||

ନବଜାତ ଶିଶୁର ମୃତ୍ୟୁକୁ ନେଇ ଉତ୍ତେଜନା

28/05/2018 at 4:59 AM

ବାଲେଶ୍ବର ମୁଖ୍ୟ ଚିକିତ୍ସାଳୟରେ ଗତକାଲି ରାତିରେ ଏକ ନବଜାତ ଶିଶୁର ମୃତ୍ୟୁକୁ ନେଇ ହସ୍ପିଟାଲ ପରିସରରେ ଉତ୍ତେଜନା ଦେଖା ଦେଇଥିଲା । ରାତି ୧ ଟା ପର୍ଯ୍ୟନ୍ତ ହସ୍ପିଟାଲର କୌଣସି ପଦାଧତ୍କାରୀଙ୍କର ଦେଖା ମିଳିନଥିଲା । ପୁଲିସ ଆସି ସମସ୍ୟାର କିଛିଟା ସମାଧାନ କରିଥିଲା ।
ଗତ ୨୪ ତାରିଖ ଦିନ ଅପରାହ୍ନରେ ବୟୂରଭଞ ବୌଶିଙ୍ଗା ପାଇକି ଯୁଗପୁର ଗାଁର ନରେନ୍ଦ୍ର ନାୟକଙ୍କର ସ୍ତ୍ରୀ ଜ୍ୟୋତିରାଣୀର ପ୍ରସବ ବେଦନା ହେବାରୁ ତାଙ୍କୁ ପରିବାର ଲୋକେ ନେଇ ଆସିଥିଲେ ବାଲେଶ୍ବର ମୁଖ୍ୟ ଚିକିତ୍ସାଳୟକୁ। ସେଠାରେ ଜ୍ୟୋତି ପ୍ରସବ ବେଦନାରେ ଛଟପଟ ହେଉଥିବା ବଳେ ଡ଼।କ୍ତର ଆଲୋକ ୧୫୦୦ ଟଙ୍କା ନନଲେ ଅସ୍ତ୍ରପଚାର କରିବେ ନାହିଁ ବୋଲି ରୋକଠୋକ ମନା କରି ଦେଇଥିଲେ । ପରେ ଜ୍ୟୋତିଙ୍କର ଶ୍ବଶୁର କାକୁତି ମିନତି ହୋଇ ୧୦୦୦ ଟଙ୍କା ଦେବାରୁ ଡ଼।କ୍ତର ଅସ୍ତ୍ରପଚାର କରି ଗୋଟାଏ ଶିଶୁ ପୁତ୍ରକୁ ଜନ୍ମ ଦେଇଥିଲେ । ମା ଓ ଶିଶୁର ଅବସ୍ଥା ଭଲ ଥିଲା । ହେଲେ ସେହିଦିନ ଠାରୁ ଗତ ରବିବାର ପର୍ଯ୍ୟନ୍ତ ୪ ଦିନ ବ୍ୟାପି କୌଣସିି ଡ଼।କ୍ତର ହସ୍ପିଟାଲ ଆସିନାହାନ୍ତି କି ନବଜାତକୁ ଦେଖିନାହାନ୍ତି । ଗତକାଲି ରାତିରେ ହଠାତ୍ ଶିଶୁଟି ଅସୁସ୍ଥ ହୋଇ ପଡିବାରୁ ପରିବାର ଲୋକେ ଡ଼କ୍ତରଙ୍କୁୁ ଖୋଜିଲେ। ହେଲେ ଡ଼।କ୍ତରଙ୍କର ପତ୍ତା ମିଳିଲାନାହିଁ । ଏପରିକି କୌଣସି ଡ଼।କ୍ତରଙ୍କର ପତା ନମିଳିବାରୁ ନବଜାତ ଶିଶୁ ପୁତ୍ରଟି ମୃତ୍ୟୁବରଣ କରିଥିଲା । ପରିବାର ଲୋକେ ଓ ଅନ୍ୟ ରୋଗୀଙ୍କ ସଂପର୍କିୟ ମାନେଏହାର ପ୍ରତିବାଦରେ ସେଠାରେ ପାଟିତୁଣ୍ଡ ଆରମ୍ଭ ରକିଦେଇଥିଲେ । ନବଜାତଙ୍କ ଆଇ ପିଲାଟିକୁ ଧରି ପସୂତି ୱାର୍ଡ଼ ସମ୍ମୁଖରେ ଧାଣାରେ ବସିଥିଲେ । ଦୀର୍ଘ ୫ ଘଣ୍ଟାକାଳ ସେଠାରେ ଉତେଜନା ଲାଗି ରହିଥିଲେ ବି କୌଣସି ହସ୍ପିଲାଲ କତୃପକ୍ଷ ସେଠାକୁ ଆସିନଥିଲେ । ଏପରିକି ନର୍ସମାନଙ୍କ ମଧ୍ୟ ସେଠାରେ ଦେଖା ନଥିଲା । ରୋଗୀମାନେ ଅନେକ ହନ୍ତସନ୍ତ ହୋଇଥିଲେ । ରାତି ଗୋଟାଏ ବେଳେ ଟାଉନଥାନା ପୁଳିସ ଆସି ଉତ୍ତ୍ୟକ୍ତ ଲୋକଙ୍କୁୁ ବୁଝାସୁଝା କରିବା ପରେ ସମସ୍ୟା କିଛିଟା ସମାଧାନ ହୋଇଥିଲା । ହେଲେ ଡ଼।କ୍ତରଙ୍କର ଅବହେଳାକୁ ରୋଗୀ ଓ ରୋଗୀଙ୍କ ପରିବାର ବରଦାସ କରିପାରୁନାହାନ୍ତି । ସେମାନେ ଏପ୍ରକାର ଡ଼।କ୍ତରଙ୍କ ବିରୋଧରେ ବିହିତ ପଦକ୍ଷେପ ନେବାକୁ ଦାବି କରିଛନ୍ତି ।

Leave a Reply

   Related Posts