ବିମାନ ବାତିଲ ନେଇ ଭୁବନେଶ୍ୱର ବିମାନବନ୍ଦରରେ ଉତ୍ତେଜନା; ଭୁବନେଶ୍ୱର-ହାଇଦ୍ରାବାଦ ବିମାନ ଅଟକାଇଲେ ଉତ୍ତେଜିତ ଯାତ୍ରୀ

Published By : Prameya-News7 Bureau | January 23, 2019 IST

ଭୁବନେଶ୍ୱର ୨୩/୧ : କୁହୁଡି ପାଇଁ ବିମାନ ବାତିଲ ନେଇ ଉତ୍ତେଜନା | ବିମାନ ବାତିଲ ହେବ ଯୋଗୁଁ ଭୁବନେଶ୍ୱର ବିମାନବନ୍ଦରରେ ଉତ୍ତେଜନା ଦେଖାଦେଇଛି | ଉତ୍ତେଜିତ ଲୋକେ ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନବନ୍ଦରରେ ଯାତ୍ରୀ ଅନ୍ୟ ଏକ ବିମାନକୁ ଅଟକାଇ ଦେଇଥିଲେ | ଯାତ୍ରୀମାନେ ପ୍ରତିବାଦରେ ଭୁବନେଶ୍ୱର ହାଇଦ୍ରାବାଦ ଅଟକାଇ ଦେଇଥିବା ସୂଚନା ମିଳିଛି | ଏୟାରପୋର୍ଟ ୪ ନମ୍ବର ଗେଟ ପାଖରେ ଉତ୍ତେଜନା ଲାଗି ରହିଛି | ଗତକାଲି ଭୁବନେଶ୍ୱର ବାଙ୍ଗାଲୁରୁ ଏୟାର ଏସିଆ ବିମାନ କୁହୁଡି ଯୋଗୁଁ ବାତିଲ ହୋଇଥିଲା |

{"id":77127,"width":587,"height":330}

ଯାତ୍ରୀମାନେ ବିମାନବନ୍ଦରରେ ଅଟକି ରହିଥିଲେ | ବିମାନ ଗତକାଲି ରାତି ୧୦ଟାରେ ଯାଇଥାନ୍ତା | କିନ୍ତୁ ଘନ କୁହୁଡି ଯୋଗୁଁ ଆଜି ଦିନ ୧୦ଟା ପର୍ଯ୍ୟନ୍ତ ମଧ୍ୟ ବିମାନ ଯାଇନଥିଲା | ଦୀର୍ଘ ୧୨ ଘଣ୍ଟା ହେଲା ଯାତ୍ରୀମାନେ ବିମାନବନ୍ଦରରେ ଅଟକି ରହି ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି | ଫଳରେ ଉତ୍ତେଜିତ ହୋଇ ଯାତ୍ରୀମାନେ ଭୁବନେଶ୍ୱରରୁ ହାଇଦ୍ରାବାଦ ଯାଉଥିବା ଏୟାର ଏସିଆ ବିମାନକୁ ଅଟକାଇ ଦେଇଥିଲେ |

{"id":77128}


ସୂଚନାଯୋଗ୍ୟ ଯେ, ଏୟାରପୋର୍ଟ ଅଧିକାରୀ ଉତ୍ତେଜିତ ଲୋକଙ୍କୁ ବୁଝାସୁଝା କରୁଛନ୍ତି | ବିମାନ ଏବେ ଉଡାଣ ନେବା ବୋଲି ଅଧିକାରୀ କହିଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.