ପୂଜା କମିଟି ମିଟିଂ ସମୟରେ ଉତ୍ତେଜନା, ଘରେ ପଶି ଝିଆରୀ-ବଡବାପାଙ୍କୁ ଛୁରାମାଡ

Published By : Prameya-News7 Bureau | November 27, 2022 IST

ଆନନ୍ଦପୁର: ପୂଜା କମିଟି ମିଟିଂ ସମୟରେ ଉତ୍ତେଜନା। ଛୁରାମାଡ଼ରେ ଆହତ ହେଲେ ୨ ଜଣ। ଘଷିପୁରା ଥାନା ରେକୁଟିଆ ଗାଁ ରେ ଘଟିଛି ଅଭାବନୀୟ ଘଟଣା। ଗାଁ ରେ କାର୍ତ୍ତିକେଶ୍ବର ପୁଜା ଖର୍ଚ୍ଚକୁ ନେଇ ବୈଠକ ଚାଲିଥିବାବେଳେ ଘଟିଛି ଏଭଳି ଘଟଣା।

ସୂଚନା ଅନୁଯାୟୀ, ଗାଁ ରେ ବୈଠକ ଚାଲିଥିବା ସମୟରେ ପ୍ରଥମେ ଯୁକ୍ତିତର୍କ ଓ ପରେ ଘରେ ପଶି ଆକ୍ରମଣ। ଆକ୍ରମଣକାରୀମାନେ ଝିଆରିକୁ ଆକ୍ରମଣ କରିବା ସମୟରେ ବଡବାପା ପ୍ରତିରୋଧ କରିବାରୁ ତାଙ୍କୁ ମଧ୍ୟ ଛୁରାମାଡ ହୋଇଛି । ଉଭୟଙ୍କୁ ଗୁରୁତର ଅବସ୍ଥାରେ ରେ ଆନନ୍ଦପୁର ଡାକ୍ତରଖାନା ରେ ଭର୍ତ୍ତି କରାଯାଇଛି ।

ଖବର ପାଇ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ ମଧ୍ଯ କାହାରିକୁ ଗିରଫ କରିନାହିଁ। ତେବେ ଚଳିତ କାର୍ତ୍ତିକେଶ୍ବର ପୂଜାରେ ବଳକା ଟଙ୍କାରେ କମିଟି ତରଫରୁ ନୃତ୍ୟ କାର୍ଯ୍ୟକ୍ରମ  କରାଯାଇଥିଲା। ବୈଠକରେ ଏହାକୁ ବିରୋଧ କରି ଆକ୍ରମଣରକାରୀ ପରିବାର ସଦସ୍ୟମାନେ ପ୍ରଥମେ କମିଟି ମୁଖ୍ୟଙ୍କୁ ଗାଳିଗୁଲଜ କରିବାରୁ ଗାଁର ନବିନ ଚକ୍ର ଓ ବୁଦ୍ଧଦେବ ଚକ୍ର ଦୁଇଭାଇ ବିରୋଧ କରି ଆକ୍ରମଣର ର ଶିକାର ହୋଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.