ଛାତ୍ରଛାତ୍ରୀଙ୍କୁ ନିମ୍ନମାନର ପୋଷାକ ବିତରଣକୁ ନେଇ ବିଦ୍ୟାଳୟ ପରିସରରେ ଉତ୍ତେଜନା

Published By : Prameya-News7 Bureau | September 25, 2019 IST

ସୋର ୨୫।୯: ବାଲେଶ୍ବର ଜିଲ୍ଲା ସୋର ମ୍ୟୁନସିପାଲଟି ଅଧିନ ମୋବାରକପୁର କଶିପୋଲ ନିକଟରେ ଥିବା ହାଜରା ବେଗମ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଛାତ୍ରଛାତ୍ରୀମାନଙ୍କୁ ନିମ୍ନମାନର ପୋଷାକ ବିତରଣ ହୋଇଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ଅଭିଭାବକମାନଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଛି ।

{"id":162367}

ସୂଚନାଯୋଗ୍ୟ ଯେ, ବିଦ୍ୟାଳୟରେ ମୋଟ୍ ଛାତ୍ରଛାତ୍ରୀ ସଂଖ୍ୟା ୧୧୫ । ଛାତ୍ର ସଂଖ୍ୟ ୫୩ ଓ ଛାତ୍ରୀ ସଂଖ୍ୟା ୬୩ । ତେବେ ପୋଷାକ କିଣା ପାଇଁ ୬୯୦୦୦ଟଙ୍କା ସରକାରଙ୍କ ତରଫରୁ ଅନୁମୋଦନ ହୋଇଥିଲା । ଜଣେ ପିଲା ପିଛା ପ୍ୟାଣ୍ଟ, ସାର୍ଟ ଓ ଜୋତା ବାବଦରେ ୬୦୦ ଟଙ୍କା ଖର୍ଚ୍ଚ ହୋଇଥିବାବେଳେ ଉଚିତ୍ ମୂଲ୍ୟର ପୋଷାକ ବିତରଣ ନହୋଇ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ଟଙ୍କା ହଡପ କରି ପିଲାଙ୍କୁ ନିମ୍ନମାନର ପୋଷାକ ଦେଇଥିବାର ଅଭିଭାବକମାନେ ଅଭିଯୋଗ କରିଛନ୍ତି । ଫଳରେ ବିଦ୍ୟାଳୟ ପରିସରରେ ଉତ୍ତେଜନା ପ୍ରକାଶ ପାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.