୬ମାସର ଶିଶୁ ମୃତ୍ୟୁକୁ ନେଇ ଉତ୍ତେଜନା, ଚିକିତ୍ସାରେ ଡାକ୍ତରଙ୍କ ଅବହେଳା ଅଭିଯୋଗ

Published By : Prameya-News7 Bureau | March 12, 2020 IST

ସୋର ୧।୩: ବାଲେଶ୍ବର ଜିଲ୍ଲା ସିମୁଳିଆ ମେଡିକାଲରେ ଡାକ୍ତରଙ୍କ ଚିକିତ୍ସା ଅବହେଳାରୁ ୬ମାସର ଶିଶୁର ମୃତ୍ୟୁ ଅଭିଯୋଗ ହୋଇଛି । ବାଙ୍ଗର ଖଡିଗଡିଆ ଗ୍ରାମର ଜ୍ୟୋତିନ ଲେଙ୍କାଙ୍କ ୬ ମାସର ଝିଅ ସ୍ବପ୍ନା ଗତକାଲି ଅଙ୍ଗନୱାଡୀ କେନ୍ଦ୍ରରେ ଡିଟିପି ଟୀକା ନେଇଥିଲେ । ଟୀକା ନେବା ପରେ ସେ ଗୁରୁତର ହେବାରୁ ରାତିରେ ତାକୁ ସିମୁଳିଆ ମେଡିକାଲରେ ଭର୍ତ୍ତି କରାଯାଇଥିଲା ।

{"id":236862,"sizeSlug":"large"}

ଡାକ୍ତର ବିଳମ୍ବରେ ଆସିବାରୁ ଶିଶୁଟି ଗୁରୁତର ହୋଇଯିବାରୁ ତାକୁ ଭଦ୍ରକ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଶିଶୁଟିକୁ ଡାକ୍ତର ମୃତ ଘୋଷଣା କରିଥିଲେ। ମୃତ ଶିଶୁକୁ ନେଇ ପରିବାର ଲୋକେ ସିମୁଳିଆ ଡାକ୍ତରଖାନାରେ ପହଞ୍ଚିବାରୁ ଡାକ୍ତରଖାନାରେ ଉତ୍ତେଜନା ପ୍ରକାଶ ପାଇଥିଲା । ଘଟଣାସ୍ଥଳରେ ସିମୁଳିଆ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.