ଗୁଣି ଗାରେଡି ସନ୍ଦେହରେ ଗଣ୍ଡଗୋଳ : ଜଣେ ଆହତ, ମହିଳା ଗୁଣିଆ ଫେରାର
15/03/2023 at 10:36 AM

ସୋର ୧୫।୩: ଗୁଣି ଗାରେଡି ସନ୍ଦେହରେ ଗଣ୍ଡଗୋଳ l ମହିଳା ଗୁଣିଆ ଘଟଣାସ୍ଥଳରୁ ଫେରାର l ଜଣେ ଆହତ ହୋଇଥିବା ବେଳେ ଜଣେ ମହିଳା ଅସୁସ୍ଥ ଥିବା ଅଭିଯୋଗ ହୋଇଛି l
ସୂଚନାଯୋଗ୍ୟ ଯେ, ସୋର ପୌରପାଳିକା ମେଘମାଧବ ଗ୍ରାମରେ ମଙ୍ଗଳବାର ବିଳମ୍ବିତ ରାତିରେ ଗୁଣି ଗାରେଡ଼ି ସନ୍ଦେହରେ ସଞ୍ଜୟ ସିଂ ଓ ବଡ଼ ଭାଈ ଅରୁଣ ସିଂଙ୍କ ପରିବାର ମଧ୍ୟରେ ଗଣ୍ଡଗୋଳ ହୋଇଥିଲା l ମଙ୍ଗଳବାର ବିଳମ୍ୱିତ ରାତିରେ ଅରୁଣ ଅଚିହ୍ନା ମହିଳା ଓ ଯୁବକଙ୍କୁ ଘରେ ରଖି ପୂଜା କରୁଥିବା ବେଳେ ସାନ ଭାଇ ସଞ୍ଜୟଙ୍କ ସ୍ତ୍ରୀ ମନୋରମା ଗୁରୁତର ହୋଇପଡ଼ିଥିଲା l ଘଟଣାକୁ ନେଇ ଦୁଇ ପରିବାର ମଧ୍ୟରେ ପାଟିତୁଣ୍ଡ ମାରପିଟ୍ ହୋଇଥିଲା l ଏଥିରେ ମଝିଆ ଭାଇ ଚକ୍ରଧର ଗୋଡରେ ଆଘାତ ପାଇଥିଲା l ଖବର ପାଇ ସୋର ପୋଲିସର ପାଟ୍ରୋଲିଂ ଗାଡି ଘଟଣାସ୍ଥଳରେ ପହଞ୍ଚି ଉଭୟ ପକ୍ଷକୁ ଶାନ୍ତ କରାଇଥିଲା l ଅସୁସ୍ଥ ସଞ୍ଜୟଙ୍କ ସ୍ତ୍ରୀ ମନୋରମାକୁ ନିକଟସ୍ଥ ଖିରକୋଣୀ ଗାଁର ଠାକୁରାଣୀ ପୂଜକ ଓ ସୋର ଡାକ୍ତଖାନାରେ ଦେଖାଇଥିଲେ ମଧ୍ୟ ସେ ସୁସ୍ଥ ହୋଇନାହିଁ l ଅରୁଣ ଓ ସଞ୍ଜୟ ସୋର ଥାନାରେ ଅଭିଯୋଗ କରୁଛନ୍ତି l