Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ରେଭେନ୍ସାରେ ଛାତ୍ର ଅସନ୍ତୋଷ ; କୋର୍ସ ଫି ବୃଦ୍ଧି ପ୍ରତିବାଦରେ ଆଜି ଆନ୍ଦୋଳନକୁ ଓହ୍ଲାଉଛନ୍ତି ଛାତ୍ରଛାତ୍ରୀ

8/05/2018 at 6:30 AM

କୋର୍ସ ଫି ବୃଦ୍ଧି ଓ ମରାମତି ପାଇଁ ହଷ୍ଟେଲ୍ ଛାଡ଼ିବା ନିର୍ଦ୍ଦେଶ ପରେ ରେଭେନ୍ସାରେ ଛାତ୍ର ଅସନ୍ତୋଷ ।ପ୍ରତିବାଦରେ ଆଜି ଆନ୍ଦୋଳନକୁ ଓହ୍ଲାଉଛନ୍ତି ଛାତ୍ରଛାତ୍ରୀ । ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ସେଲ୍ଫ ଫାଇନାନ୍ସିଂ କୋର୍ସର ଫି ୩୦ ହଜାରରୁ ୪୦ ହଜାର ଟଙ୍କାକୁ ବଢ଼ାଇ ଦେଇଛନ୍ତି । ଏହା ସହ ସ୍ନାତକ ଓ ସ୍ନାତକୋତ୍ତର ସାଧାରଣ ପାଠ୍ୟକ୍ରମର ପରିବର୍ଦ୍ଧିତ ସିଟ୍ ପାଇଁ କୋର୍ସ ଫି ବଢାଇଛନ୍ତି । ଏହି ପରିବର୍ଦ୍ଧିତ ସିଟରେ ଯେଉଂ ପିଲା ନାମ ଲେଖାଇବେ, ସେମାନେ ମଧ୍ୟ ସେଲ୍ଫ ଫାଇନାନ୍ସିଂ କୋର୍ସ ପିଲାଙ୍କ ଭଳି ୪୦ ହଜାର ଟଙ୍କା ଦେବେ । ସେପଟେ ମରାମତି ପାଇଁ ୨୮ ତାରିଖ ସୁଦ୍ଧା ହଷ୍ଟେଲ୍ ଛାଡ଼ିବାକୁ ମଧ୍ୟ କୁହାଯାଇଛି । ଯାହାକୁ ରେଭେନ୍ସା ଛାତ୍ର କ୍ରିୟାନୁଷ୍ଠାନ କମିଟି ବିରୋଧ କରିଛି । ସେପଟେ ବିଶ୍ବ ବିଦ୍ୟାଳୟର ଉନ୍ନୟନ ପାଇଁ ସେଲ୍ଫ ପାଇନାନ୍ସିଂ କୋର୍ସର ଫି ବଢ଼ା ଯାଇଥିବା କହିଛନ୍ତି କୁଳପତି । ହଷ୍ଟେଲ୍ ମରାମତିର ଆବଶ୍ୟକତା ଥିବାରୁ ଛାତ୍ରଛାତ୍ରୀଙ୍କୁ ୨୮ ତାରିଖ ସୁଦ୍ଧା ଖାଲି କରିବାକୁ କୁହାଯାଇଛି ।

Leave a Reply

   Related Posts