ଡାକ୍ତରଙ୍କ ଅବହେଳା ଯୋଗୁଁ ଅସ୍ତ୍ରୋପଚାର ବେଳେ ରୋଗୀଙ୍କ ମୃତ୍ୟୁ ଅଭିଯୋଗ, ନର୍ସିଂହୋମରେ ଉତ୍ତେଜନା

Published By : Prameya-News7 Bureau | November 28, 2019 IST

ଭଣ୍ଡାରିପୋଖରୀ ୨୮।୧୧: ଘରୋଇ ନର୍ସିଂହୋମରେ ଅସ୍ତ୍ରୋପଚାର ସମୟରେ ରୋଗୀଙ୍କ ମୃତ୍ୟୁ ଅଭିଯୋଗ ହୋଇଛି । ମୃତକ ହେଲେ ଯାଜପୁର ଜିଲ୍ଲା କୋଳଥା ଗ୍ରାମର ସ୍ବର୍ଣ୍ଣଲତା ମହାପାତ୍ର । ଡାକ୍ତରଙ୍କ ଅବହେଳା ଯୋଗୁଁ ରୋଗୀଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକ । 

{"id":190827,"sizeSlug":"large"}

ପରିବାରଲୋକଙ୍କ କହିବା ଅନୁସାରେ ସ୍ବର୍ଣ୍ଣଲତାଙ୍କର ପ୍ରାୟ ବର୍ଷେରୁ ଅଧିକ ସମୟ ହେବ ବାହାଘର ହୋଇଥିଲା । କିନ୍ତୁ ତାଙ୍କର ପିଲାଛୁଆ ହେଉନଥିବାରୁ ପରିବାର ଲୋକ ଭଦ୍ରକର ଏକ ଘରୋଇ କ୍ଲିନିକରେ ଡାକ୍ତରଙ୍କ ପାଖରେ ଚିକିତ୍ସା କରାଉଥିଲେ । ତେବେ ଆଜି ସ୍ବର୍ଣ୍ଣଲତାଙ୍କ ଅସ୍ତ୍ରୋପଚାର ପାଇଁ  ଭଦ୍ରକ ମୋଟେଲ ଛକ ସ୍ଥିତ ଘରୋଇ ନର୍ସିଂହୋମରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଓଟି ଭିତରେ ଡାକ୍ତର ଅସ୍ତ୍ରୋପଚାର କରୁଥିବା ସମୟରେ ତାଙ୍କର ମୃତ୍ୟୁ ହୋଇଥିଲା ।

{"id":190828,"sizeSlug":"large"}

ଡାକ୍ତରଙ୍କ ଅବହେଳା ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିବା ପରିବାରଲୋକ ଅଭିଯୋଗ ଆଣିଥିଲେ । ସମ୍ପୃକ୍ତ ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ଦାବିରେ ନର୍ସିଂହୋମରେ ଉତ୍ତେଜନା ଦେଖାଦେଇଛି । ରୋଗୀଙ୍କ ଅସ୍ତ୍ରୋପଚାର ପୂର୍ବରୁ ଯାହା ପରୀକ୍ଷା କରିବା କଥା ସବୁ ହୋଇଛି । ରିପୋର୍ଟ ସବୁ ଠିକ୍ ଠାକ୍ ଥିଲା । ତେବେ ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଥିବା ଡାକ୍ତର କହିଛନ୍ତି । ଏଥିରେ ଡାକ୍ତରଙ୍କର କୌଣସି ଅବହେଳା ନଥିବା ଅସ୍ତ୍ରୋପଚାର କରୁଥିବା ଡାକ୍ତର ସଫେଇ ଦେଇଛନ୍ତି ।

{"id":190829,"sizeSlug":"large"}

ରୋଗୀଙ୍କର ଟେଷ୍ଟ ରିପୋର୍ଟ ସବୁ ଠିକ୍ ଠାକ୍ ଥାଇ ଅସ୍ତ୍ରୋପଚାର ସମୟରେ ମୃତ୍ୟୁ ହେଲା କିପରି ଯାହାକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ନର୍ସିଂହୋମରେ ଉତ୍ତେଜନା ଥିବାରୁ ଘଟଣାସ୍ଥଳରେ ସହରାଞ୍ଚଳ ଥାନା ଅଧିକାରୀ ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରୁଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.