ସାଇଟ୍‌ମାରାକୁ ନେଇ ତୁମୁଳକାଣ୍ଡ ଘଟଣା, ୬ଛାତ୍ରଙ୍କୁ ହେପାଜତକୁ ନେଲା ପୋଲିସ

Published By : Prameya-News7 Bureau | November 30, 2022 IST

ବାଲିପାଟଣା ୩୦/୧୧: ପରୀକ୍ଷାର୍ଥୀଙ୍କୁ ସଂଘବଦ୍ଧ ଆକ୍ରମଣ ଘଟଣାରେ ବାଲିଅନ୍ତା ଥାନା ପୋଲିସର ଆକ୍ସନ । ବିଶ୍ବରଞ୍ଜନଙ୍କୁ ମାରି ଲହୁ ଲୁହାଣ କରିଥିବା ୬ ପରୀକ୍ଷାର୍ଥୀଙ୍କୁ ହେପାଜତକୁ ନେଇଛି ପୋଲିସ । ସାଇଟ୍‌ମରାକୁ ନେଇ ହୋଇଥିବା ଆକ୍ରମଣ ଘଟଣାରେ ପୋଲିସ ପିଲାଙ୍କୁ ପଚରାଉଚରା କରୁଛି ।

ସୂଚନା ଅନୁଯାୟୀ, ମଙ୍ଗଳବାର ଜୟଦେବ ଉଚ୍ଚ ବିଦ୍ୟାଳୟର ଛାତ୍ର ବିଶ୍ବ ରଞ୍ଜନ ବେହେରା ମାଟ୍ରିକ୍ ପରୀକ୍ଷା ଦେଇ ଫେରୁଥିବାବେଳେ ସାଇଟମରାକୁ କେନ୍ଦ୍ର କରି ଭିଙ୍ଗାରପୁର ବକ୍ରେଶ୍ବର ଉଚ୍ଚ ବିଦ୍ୟାଳୟର ପରୀକ୍ଷାର୍ଥୀମାନେ ମରଣାନ୍ତକ ଆକ୍ରମଣ କରିଥିଲେ । ଏଥିରେ ବିଶ୍ବ ରଞ୍ଜନ ଗୁରୁତର ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ତାଙ୍କ ଅବସ୍ଥା ଏବେ ସଂକଟାପନ୍ନ ରହିଛି । ତେଣୁ ଆକ୍ରମଣକାରୀ ଛାତ୍ରଙ୍କୁ ଗିରଫ କରିବା ଦାବିରେ ଆଭିଭାବକ ଓ ଛାତ୍ରଛାତ୍ରୀମାନେ ପତିପାବନ ହାଇସ୍କୁଲ ସମ୍ମୁଖରେ ଧାରଣା ଦେଇଥିଲେ । ବାଲିଅନ୍ତା ଥାନା ପୋଲିସ ପରୀକ୍ଷାକେନ୍ଦ୍ରରେ ପହଞ୍ଚି ଛାତ୍ରଛାତ୍ରୀଙ୍କୁ ବୁଝାସୁଝା କରିବା ସହିତ ୬ ଅଭିଯୁକ୍ତ ଛାତ୍ରଙ୍କୁ ହେପାଜତକୁ ନେଇ ପଚରାଉଚରା କରୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.