suno sunao
Aao Nxt
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ଅବସରପ୍ରାପ୍ତ ସୈନିକଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା, ଚିକିତ୍ସା ଅବହେଳା ଅଭିଯୋଗ

2/10/2020 at 5:53 PM

ଭଦ୍ରକ ୨।୧୦: ଅବସରପ୍ରାପ୍ତ ସୈନିକଙ୍କ ମୃତ୍ୟୁକୁ ନେଇ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଉତ୍ତେଜନା । ଡାକ୍ତରଙ୍କୁ ଦୁର୍ବ୍ୟବହାର । ରୋଗୀଙ୍କୁ ଠିକ୍ ଚିକିତ୍ସା କରାଯାଇନଥିବା ଅଭିଯୋଗ ହୋଇଛି । ଡାକ୍ତରଖାନାରେ ପୋଲିସ ଉପସ୍ଥିତିରେ ଡାକ୍ତରଙ୍କୁ ଘେରାଉ କରିଛନ୍ତି ପରିବାର ଲୋକେ ।

ସୂଚନା ଅନୁଯାୟୀ ଯେ, ଭଦ୍ରକ ଜିଲ୍ଲା ଧୂସୁରି ଥାନା ଠାକୁରପାଟଣା ଗାଁର ସତ୍ୟେନ୍ଦୁ ମଲିକ ଏବେ ସେନାରୁ ଅବସର ନେଇ ଗାଁକୁ ଆସିଥିଲେ । ତାଙ୍କୁ କୌଣସି କାରଣରୁ ଗୁରୁତର ଅବସ୍ଥାରେ ଭଦ୍ରକ ମେଡିକାଲକୁ ଆଣିଥିଲେ ପରିବାର ଲୋକେ ।

ମେଡିକାଲରେ ଡାକ୍ତର ଉପଯୁକ୍ତ ଚିକିତ୍ସା ଦେଇନଥିବା ଅଭିଯୋଗ କରିଥିଲେ ପରିବାର ଲୋକେ । ପରେ ଦାୟିତ୍ବରେ ଥିବା ଡାକ୍ତରଙ୍କୁ ଆକ୍ରମଣ ଉଦ୍ୟମ ସହ ଦୁର୍ବ୍ୟବହାର କରିଥିଲେ । ଭଦ୍ରକ ଟାଉନ ପୋଲିସ ଘଟଣାସ୍ଥଳରେ ପହଞ୍ଚିଛି । ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି । ମେଡିକାଲ ପରିସରରେ ପୋଲିସ ମୁତୟନ କରାଯାଇଛି ।

   Related Posts