ଇମ୍ଫାଲ୍: ମଣିପୁରରେ ୧୧ଜଣ କୁକି ଉଗ୍ରବାଦୀଙ୍କୁ ଏନକାଉଣ୍ଟର ପରେ ପାହାଡି ରାଜ୍ୟରେ ଉତ୍ତେଜନା ଦେଖିବାକୁ ମିଳିଛି । ମଙ୍ଗଳବାର ସକାଳ ୫ଟାରୁ ସଂଧ୍ୟା ୬ଟା ଯାଏ ବନ୍ଦ ଡାକରା ଦେଇଛି କୁକି ସମ୍ପ୍ରଦାୟ । ସିଆରପିଏଫ ଯବାନଙ୍କ ଗୁଳିରେ ୧୧ଜଣ ଗ୍ରାମ୍ୟ ସ୍ବୟଂସେବଙ୍କ ମୃତ୍ୟୁ ହୋଇଛି । ଏହା କୁକି ସମୁଦାୟ ପାଇଁ ବଡ଼ ଝଟକା । କୁକି-ଜୋଙ୍କ ଶାନ୍ତି, ନ୍ୟାୟ ଏବଂ ସୁରକ୍ଷା ପାଇଁ ଏକଜୁଟ୍ ହୋଇଛନ୍ତି କୁକି ସମ୍ପ୍ରଦାୟ । ମଙ୍ଗଳବାର ବନ୍ଦ ଡାକରା ଦେବା ସହ ହିଂସାର ଯାଞ୍ଚ ଦାବି କରିଛି ।
ଗତ ବର୍ଷ ମେ’ ମାସରୁ ପାହାଡ଼ି ରାଜ୍ୟ ମଣିପୁରରେ କୁକି ଏବଂ ମୈତେଇ ସମ୍ପ୍ରଦାୟ ମଧ୍ୟରେ ସଂଘର୍ଷ ହୋଇଥିଲା । ଏହି ହିଂସା ଯାଏଁ ଥମିବାର ନାଁ ଧରୁନାହିଁ । ଗତ ୪ ଦିନ ମଧ୍ୟରେ ରାଜ୍ୟ ଭିନ୍ନ ଭିନ୍ନ ୮ଟି ସ୍ଥାନରେ ହିଂସା ଦେଖିବାକୁ ମିଳିଛି । ନଭେମ୍ବର ୧୧ ତାରିଖରେ ଜିରିବାମ୍ ଜିଲ୍ଲାର ବରୋବେକରା ପୋଲିସ୍ ଷ୍ଟେସନ ଏବଂ ନିକଟରେ ଥିବା ସିଆରପିଏଫ କ୍ୟାମ୍ପରେ କୁକି ସମ୍ପ୍ରଦାୟର ଉଗ୍ରବାଦୀମାନେ ଆଖିବୁଜା ଗୁଳିମାଡ଼ କରିଥିଲେ । ଏହାଛଡ଼ା ଶହେ ମିଟର ମଧ୍ୟରେ ଜକୁରାଡୋର କରୋଙ୍ଗ ବଜାର ଏବଂ ଆହାର ପାଖିପାଖି ଅଞ୍ଚଳରେ ଥିବା ଅଧିକାଂଶ ଦୋକାନରେ ନିଆଁ ଲଗାଇ ଦେଇଥିଲେ । ସୁରାକ୍ଷାବାହିନୀ ଏହାର ପାଲଟା ଜବାବ ଦେଇଥିଲା । ଗୁଳି ବିନିମୟରେ ୧୧ଜଣ କୁକି ଉଗ୍ରବାଦୀଙ୍କ ମୃତ୍ୟୁ ହୋଇଛି । ସେହିପରି ସଂଘର୍ଷରେ ୨ଜଣ ଯବାନ ଆହତ ହୋଇଛନ୍ତି ।
ମଣିପୁର ପୋଲିସ୍ ସୋସଆଲ୍ ମିଡିଆ ପ୍ଲାଟଫର୍ମ ଏକ୍ସରେ ପୋଷ୍ଟ କରି ଲେଖିଛି, ଜିରିବାମ୍ ଜିଲ୍ଲାର ବରୋବେକରା ପୋଲିସ୍ ଷ୍ଟେସନ ଏବଂ ସିଆରପିଏଫ କ୍ୟାମ୍ପ ଉପରକୁ କୁକି ଉଗ୍ରବାଦୀମାନେ ଆକ୍ରମଣ କରିଥିଲେ । ସେନାର ପାଲଟା ଆକ୍ରମଣରେ ୧୧ଜଣ ବନ୍ଧୁକଧାରୀ କୁକି ଉଗ୍ରବାଦୀ ନିହତ ହୋଇଛନ୍ତି । ସଂଘର୍ଷ ପରେ ଜିରିବାମ୍ ଜିଲ୍ଲାରେ କର୍ଫ୍ୟୁ ଜାରି କରାଯାଇଛି ...