ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶ୍ରୀମନ୍ଦିର ଉପରେ ଡ୍ରୋନ୍‌ ଉଡାଇବା ଘଟଣା : ଅପଲୋଡ ଭିଡିଓ ଡିଲିଟ୍‌ କଲେ ୟୁଟ୍ୟୁବର, ଆଉ ହାତଯୋଡି କ୍ଷମା ବି ମାଗିଲେ…
  • ||
  • ଅର୍ଚ୍ଚନା ନାଗ ଗିରଫ ମାମଲା, ଇଡିକୁ ସବୁ ତଥ୍ୟ ଦେଲା କମିଶନରେଟ୍‌ ପୋଲିସ
  • ||
  • ଧର୍ମଗଡ଼ : ଦୁର୍ଘଟଣାଗ୍ରସ୍ତ ଟ୍ୟାଙ୍କରରୁ ଗ୍ୟାସ୍‌ ଲିକ୍‌, ଯାତାୟତ ବାଧାପ୍ରାପ୍ତ
  • ||

ପ୍ରଥମ ଥର ବାପା ହେଲେ ଟେନିସ୍‌ ଖେଳାଳି ରାଫେଲ୍‌ ନଡାଲ୍‌, ପୁତ୍ର ସନ୍ତାନକୁ ଜନ୍ମ ଦେଲେ ପତ୍ନୀ ମାରିଆ

9/10/2022 at 11:30 AM

ନୂଆଦିଲ୍ଲୀ ୦୯।୧୦: ସ୍ପେନ୍‌ର ଟେନିସ୍‌ ଷ୍ଟାର ରାଫେଲ୍‌ ନଡାଲ୍‌ । ବର୍ତ୍ତମାନ ସେ ପ୍ରଥମ ଥର ବାପା ହୋଇଛନ୍ତି ।  ଶନିବାର ଅର୍ଥାତ୍‌ ଗତକାଲି ନଡାଲ୍‌ଙ୍କ ପତ୍ନୀ ମାରିଆ ଫ୍ରାନସିସ୍‌କାପେରେଲୋ ଏକ ଶିଶୁ ପୁତ୍ରକୁ ଜଜ୍ମ ଦେଇଛନ୍ତି। ଏନେଇ ସ୍ପେନ୍‌ର ପ୍ରସିଦ୍ଧ ଫୁଟବଲ୍‌ କ୍ଲବ୍‌ ରିଅଲ୍‌ ମେଡ୍ରିଡ୍‌ ନିଜ ଅଫିସିଆଲ୍‌ ଆକାଉଣ୍ଟରେ ଏକ ପୋଷ୍ଟ ସେୟାର କରିଛନ୍ତି ।  ଏହା ସହ ନଡାଲ୍‌ ତାଙ୍କ ପତ୍ନୀଙ୍କୁ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି। ସାରା ବିଶ୍ୱରେ ପ୍ରଶଂସକ ଏବଂ ଆଥଲେଟମାନେ ନାଡାଲଙ୍କୁ ଅଭିନନ୍ଦନ ମଧ୍ୟ ଜଣାଇଛନ୍ତି ।

ରିଅଲ ମେଡ୍ରିଡ ଏକ ଟୁଇଟରେ ଲେଖିଛନ୍ତି, ଆମର ପ୍ରିୟ ସମ୍ମାନଜନକ ସଦସ୍ୟ ରାଫେଲ ନଡାଲ ଏବଂ ମାରିଆଙ୍କୁ ସେମାନଙ୍କର ପ୍ରଥମ ସନ୍ତାନର ଜନ୍ମ ପାଇଁ ଅଭିନନ୍ଦନ। ଏହି ମୁହୂର୍ତ୍ତର ଆନନ୍ଦ ବାଣ୍ଟିବାରେ ଆମେ ଆପଣଙ୍କ ସହ ଯୋଗଦେଉଛୁ । ଶୁଭେଚ୍ଛା!”

ନାଡାଲ ୨୦୦୫ରେ ପରସ୍ପରକୁ ଡେଟ୍‌ କରିବା ଆରମ୍ଭ କରିଥିଲେ। ୧୪ ବର୍ଷ ଯାଏଁ ଡେଟ୍‌ କରିବ ପରେ ୧୯ ଅକ୍ଟୋବର ୨୦୧୯ ରେ ମାରିଆଙ୍କୁ ବିବାହ କରିଥିଲେ । ତିନି ବର୍ଷ ପରେ ଏହି ଦମ୍ପତି ସେମାନଙ୍କର ପ୍ରଥମ ସନ୍ତାନ ସ୍ଵାଗତ କରିଛନ୍ତି।

   Related Posts