scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ସାନିଆ ମିର୍ଜାଙ୍କ ପୁଅର ପ୍ରଥମ ଝଲକ : ନଜର ଆସିଲେ ମା’ଙ୍କ କୋଳରେ

3/11/2018 at 12:45 PM

ଭାରତୀୟ ଟେନିସ୍ ଖେଳାଳୀ  ସାନିଆ ମିର୍ଜା ନିକଟରେ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି। ତାଙ୍କ ସ୍ବାମୀ ତଥା ପାକିସ୍ତାନ କ୍ରିକେଟ ଖେଳାଳୀ ସୋଏବ ମଲ୍ଲିକ୍ ଟ୍ବିଟର ଜରିଆରେ ଏହି ଖବର ଜଣାଇଥିଲେ। ବର୍ତ୍ତମାନ ସାନିଆ ମିର୍ଜାଙ୍କ ସହିତ ତାଙ୍କ ପୁଅର ଫଟୋ ସୋଶିଆଲ ମିଡିଆରେ ଭାଇରାଲ ହୋଇଛି।

ଫଟୋଟିରେ ସାନିଆ ମିର୍ଜା ତାଙ୍କ ପୁଅ ସହ ନଜର ଆସିଛନ୍ତି। ସେ ତାଙ୍କ ପୁଅକୁ କୋଳରେ ଧରିଛନ୍ତି। ଏହି ଫଟୋଟି ହସ୍ପିଟାଲର। ସାନିଆ ପୁଅକୁ ନେଇ ଘରକୁ ଫେରୁଛନ୍ତି। ସାନିଆ ନିଜ ପୁଅଙ୍କ ନାଁ ଇଜହାନ ମିର୍ଜା ମଲ୍ଲିକ୍ ରଖିଛନ୍ତି।

ସୋଏବ ଏବଂ ସାନିଆଙ୍କ କହିବା ଅନୁସାରେ ପ୍ରଥମ ନାଁ ଭଗବାନଙ୍କ ଉପହାର ହୋଇଥାଏ ଏବଂ ତାଙ୍କ ପୁଅ ସେମାନଙ୍କ ପାଇଁ ଭଗବାନଙ୍କ ଉପହାର।

ସୂଚନା ଅନୁଯାୟୀ ସାନିଆ ଚାହୁଁଥିଲେ ଯେ ତାଙ୍କ ଡେଲିଭରୀ ପରେ ସେ ଖୁବ୍ ଶୀଘ୍ର କୋର୍ଟକୁ ଫେରିବେ। ସେ କହିଛନ୍ତି ଯେ ୨୦୨୦ ଟୋକିଓ ଅଲିମ୍ପିକରେ ସେ ଖେଳିବା ପାଇଁ ଲକ୍ଷ୍ୟ ରଖିଛନ୍ତି।

୨୦୦୯ମସିହାରେ ସାନିଆ ନିଜ ବାଲ୍ୟକାଳର ସାଥୀ ସୋହରାବ ମିର୍ଜାଙ୍କ ସହିତ ନିର୍ବନ୍ଧ କରିଥିଲେ। କିନ୍ତୁ କୈାଣସି କାରଣ ବଶତଃ ଦୁଇଜଣଙ୍କ ବାହାଘର ହୋଇପାରିନଥିଲା। ୨୦୧୦ମସିହାରେ ସାନିଆ ପାକିସ୍ତାନୀ କ୍ରିକେଟର ସୋଏବ ମଲ୍ଲିକଙ୍କୁ ବିବାହ କରିଥିଲେ। ସୋଏବ ପତ୍ନୀ ସାନିଆଙ୍କ ଗର୍ଭବତୀ ହେବାର ଖବର ୨୦୧୮ ଅପ୍ରେଲ୍ ୨୩ରେ ସୋଶିଆଲ ମିଡିଆରେ ଜଣାଇଥିଲେ।

   Related Posts