ଶୋଏବ ଭାଇ ସାନିଆ ଭାଉଜଙ୍କୁ କୁହନ୍ତୁ ଆମକୁ ଟ୍ରେନିଂ ଦେବେ; ଭାରତୀୟ ଖେଳାଳି ସାନିଆ ମିର୍ଜା ପାକିସ୍ତାନ ଟିମ୍‌କୁ ଟ୍ରେନିଂ ଦିଅନ୍ତୁ ବୋଲି କହିଲେ ପାକ୍ ଟେନିସ ଖେଳାଳି

Published By : Prameya-News7 Bureau | June 12, 2022 IST

ଇସ୍‌ଲାମବାଦ: ଭାରତୀୟ ଖେଳାଳିଙ୍କୁ କୋଚ କରିବାକୁ ଚାହୁଁଛନ୍ତି ପାକିସ୍ତାନ ଖେଳାଳି। ଭରତର ଝିଅ ଓ ପାକିସ୍ତାନ ବୋହୂ ପୂର୍ବତନ ଟେନିସ ଖେଳାଳି ସାନିଆ ମିର୍ଜା ପାକିସ୍ତାନ ଟେନିସ୍ ଟିମକୁ କୋଚିଂ ଦିଅନ୍ତୁ ବୋଲି ପାକିସ୍ତାନର ଜଣେ ଟେନିସ୍ ପ୍ଲେୟାର ମହକ ଖୋକର କହିଛନ୍ତି। ଏଥିପାଇଁ ସେ ସିଧା ପାକିସ୍ତାନ କ୍ରିକେଟର ତଥା ସାନିଆଙ୍କ ସ୍ୱାମୀ ଶୋଏବ ମଲ୍ଲୀକଙ୍କୁ ନିବେଦନ କରିଛନ୍ତି।

ସେ କହିଛନ୍ତି "ଶୋଏବ ଭାଇ ସାନିଆ ଭାଉଜଙ୍କୁ କୁହନ୍ତୁ ଯେ ସେ ଆମ ଟିମ୍‌କୁ କୋଚିଂ ଦିଅନ୍ତୁ।" ମହକଙ୍କର ଏଭଳି ଅପିଲ୍‌ରେ ସେ ଚର୍ଚ୍ଚା ଘେରକୁ ଆସିଛନ୍ତି।

ସାନିଆ ଆମ ଟିମ୍‌କୁ କୋଚିଂ ଦିଅନ୍ତୁ। ଫଳରେ ଆମ ଟିମ୍ ଭଲ ପ୍ରଦର୍ଶନ କରିପାରିବ। ମହକ କହିଛନ୍ତି ଯେ ପାକିସ୍ତାନ ସହ ବିଶ୍ୱସ୍ତରରେ ବଡ଼ ପ୍ରତିଯୋଗିତା ହେବାର ଅଛି। ସାନିଆ ମିର୍ଜା ଅନେକ ସମୟରେ ପାକିସ୍ତାନ ଆସୁଛନ୍ତି। ତେଣୁ ତାଙ୍କୁ ଆମ ଟିମ୍‌କୁ କୋଚିଂ ଦେବା ଦରକାର ବୋଲି ସେ କହିଛନ୍ତି। ଏଥିରେ ଆମ ଟିମ୍‌କୁ ଫାଇଦା ହେବ କାରଣ କାରଣ ସାନିଆ ଜଣେ ମହାନ ଖେଳାଳି ବୋଲି ମହକ କହିଛନ୍ତି।

ଭାରତୀୟ ଟେନିସ ଖେଳାଳି ସାନିଆ ମିର୍ଜ୍ଜା ଭାରତକୁ ପ୍ରତିନିଧିତ୍ୱ କରି ଅନେକ ରେକର୍ଡ ହାସଲ କରିବା ପରେ ପାକିସ୍ତାନ କ୍ରିକେଟର ଶୋଏବ ମଲ୍ଲିକଙ୍କୁ ବିବାହ କରିଥିଲେ। ଏବେ ସେ ଶୋଏବ ମଲ୍ଲିକଙ୍କ ସହ ଦୁବାଇରେ ରହୁଥିବା ବେଳେ କେବେ କେବେ ପାକିସ୍ତାନ ଓ ଭାରତ ଯାଆସ କରୁଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.