ଟେନିସ ଆଇକନ ମାର୍ଟିନା ନଭ୍ରାତିଲୋଭାଙ୍କୁ ବ୍ରେଷ୍ଟ କ୍ୟାନସର ପରେ ହେଲା ଗଳା କ୍ୟାନସର, କହିଲେ- ଜୀବନ ଥାଏ ଯାଏ ଲଢ଼ିବି
2/01/2023 at 10:07 PM

ୱାଶିଂଟନ: ଆମେରିକାର କିମ୍ବଦନ୍ତୀ ଟେନିସ ଖେଳାଳି ମାର୍ଟିନା ନଭ୍ରାତିଲୋଭାଙ୍କୁ ହୋଇଛି ମାରାତ୍ମକ ଗଳା ଓ ସ୍ତନ କର୍କଟ। ୧୮ ଥର ଗ୍ରାଣ୍ଡସ୍ଲାମ ସିଙ୍ଗଲ ଚାମ୍ପିୟନସିପ୍ କପ ଜିତିଥିବା ଏହି ମହାନ ଖେଳାଳି ଏବେ ଏହି ମାରାତ୍ମକ ରୋଗ ସହ ଲଢ଼ି ଜିବାକୁ ବାହାରିଛନ୍ତି। ଗତ ଜାନୁଆରୀ ମାସରୁ ସେ ଏଥିପ୍ରତି ଚିକିତ୍ସା ଆରମ୍ଭ କରିଦେଇଛନ୍ତି।
୨୦୧୦ରେ ତାଙ୍କର ସ୍ତନ କର୍କଟ ହୋଇଥିବା ଜଣାପଡ଼ିଥିଲା। ଏହାପରେ ସେ ସର୍ଜରି କରିବା ସହିତ ରେଡିଏସନ ଥେରାପି ଚିକିତ୍ସା କରିଥିଲେ। ତେବେ ପ୍ରାରମ୍ଭିକ ପର୍ଯ୍ୟାୟରେ ତାଙ୍କ ଠାରେ ଏହି ରୋଗ ଚିହ୍ନଟ ହୋଇଛି। ସେ ଖୁବ୍ଶୀଘ୍ର ସୁସ୍ଥ ହୋଇଯିବେ ବୋଲି ମାର୍ଟିନା କହିଛନ୍ତି।
ସେ କହିଛନ୍ତି “ ଏକା ସାଙ୍ଗରେ ଡବଲ କଷ୍ଟ ସହିବା ବିପଦ। ତେବେ ଲଢ଼ିବ ହେବ। ଏବଂ ମୁଁ ସୁସ୍ଥ ହୋଇଯିବି ବୋଲି ମୋର ଆଶା। କିଛିଦିନ ପାଇଁ ମୋତେ ଏହାର କଷ୍ଟ ସହିବାକୁ ପଡ଼ିବ। ତେବେ ମୁଁ ଲଢିବା ଜାରି ରଖିବି।”
୯ ଥର ୱିମ୍ବଲ୍ଡନ ବିଜେତା ମାର୍ଟିନା ଅଷ୍ଟ୍ରେଲିଆନ ଓପନ ୨୦୨୩ ପାଇଁ କମେଣ୍ଟ୍ରି କରିଥାନ୍ତେ। ହେଲେ ଏବେ ତାଙ୍କୁ ମାଇକ ପଛରେ ହୁଏତ ଦେଖିବାକୁ ମିଳିପାରେ। ଏନେଇ ଡାକ୍ତରଙ୍କ ପକ୍ଷରୁ ଜାରି କରାଯାଇଥିବା ବିବୃତ୍ତି ଅନୁସାରେ ମାର୍ଟିନାଙ୍କ କ୍ୟାନ୍ସର ଗୋଟିଏ ଷ୍ଟେଜ୍ରେ ରହିଛି। ତାଙ୍କ ଗଳାରେ ଏଚ୍ପିଭି ଟାଇପ୍ କ୍ୟାନ୍ସର ହୋଇଛି। ଯାହା ଚିକିତ୍ସା ଦ୍ୱାରା ଠିକ୍ କରିବା ସମ୍ଭାବନା ଅଧିକ ରହିଥାଏ ବୋଲି ଏଥିରେ କୁହାଯାଇଛି।