oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଯାଜପୁର:ପ୍ରଧାନ ଶିକ୍ଷକଙ୍କ ବଦଳିକୁ ବିରୋଧ, ରାସ୍ତା ଉପରେ ପାଠ ପଢ଼ିଲେ ଛାତ୍ରଛାତ୍ରୀ
  • ||
  • ଛତିଶଗଡ଼ରେ ୪ ଓଡ଼ିଆଙ୍କୁ ନିର୍ମମ ହତ୍ୟା, ସ୍ୱାମୀ-ସ୍ତ୍ରୀ ଓ ଦୁଇ ଛୁଆ ମୃତ
  • ||
  • ଶାରଳାଙ୍କ ପୀଠରେ ଷଷ୍ଠୀ ପୂଜା, ମା’ଙ୍କ ଦର୍ଶନ ଲାଗି ଜମୁଛି ଶ୍ରଦ୍ଧାଳୁଙ୍କ ଭିଡ
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୨୦୩ କୋଭିଡ୍ ପଜିଟିଭ୍
  • ||
  • ଭିଜିଲାନ୍ସ ଜାଲରେ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ୍
  • ||
  • ଦୁଷ୍କର୍ମ ଅଭିଯୋଗରେ ଜେଲ୍ ଗଲା ଟୁଙ୍ଗୁରୁ ଭୋଳ, ବହୁଚର୍ଚ୍ଚିତ ପ୍ରେମ କାହାଣୀରେ ପଡିଲା ପୂର୍ଣ୍ଣଚ୍ଛେଦ
  • ||
  • ମହାଷଷ୍ଠୀରେ ଭିଜିବ ଉପକୂଳ, ସମ୍ଭାବ୍ୟ ଲଘୁଚାପ ପ୍ରଭାବରେ ପହିଲାରୁ ବଢିବ ବର୍ଷା ପରିମାଣ
  • ||
  • ଶୁକ୍ରବାର ବସିବ କ୍ୟାବିନେଟ ବୈଠକ, ୧୦ଟି ପ୍ରସ୍ତାବରେ ବାଜିପାରେ ମୋହର
  • ||

ଦେଶରେ ପ୍ରଥମ ଥର ଏତେ ଦୀର୍ଘ ସୁଡ଼ଙ୍ଗରେ ଦୌଡିବ ବୁଲେଟ୍ ଟ୍ରେନ, ଗଭୀରତା ଶୁଣିଲେ ଆପଣବି ଚମକିବେ

23/09/2022 at 7:53 PM

ନୂଆଦିଲ୍ଲୀ ୨୩।୯: ମୁମ୍ବାଇ-ଅହମଦାବାଦ ବୁଲେଟ ଟ୍ରେନ ପ୍ରକଳ୍ପ ଶୁକ୍ରବାର ଆଉ ଗୋଟିଏ ପାଦ ଆଗକୁ ବଢିଛି। ସମୁଦ୍ର ତଳେ ୭ କିଲୋମିଟର ସୁଡ଼ଙ୍ଗ ନିର୍ମାଣ ପାଇଁ ଟେଣ୍ଡର ଆମନ୍ତ୍ରଣ କରାଯାଇଛି। ହାଇସ୍ପିଡ ରେଲ କରିଡୋର ଲାଗି ମହାରାଷ୍ଟ୍ରରେ ୨୧ କିଲୋମିଟର ଦୀର୍ଘ ସୁଡ଼ଙ୍ଗ ନିର୍ମାଣ ହେବ। ଏଥିରେ ୭ କିଲୋମିଟର ସମୁଦ୍ର ତଳେ ନିର୍ମାଣ ହେବ। ଏହିପ୍ରକାର ଶୁଡ଼ଙ୍ଗ ଦେଶରେ ପ୍ରଥମ ଥର ନିର୍ମିତ ହେବ।

ଏନଏଚଏସ୍ଆରସିଏଲ ମୁମ୍ବାଇ-ଅହମ୍ମଦବାଦ ହାଇସ୍ପିଡ ରେଳ କରିଡୋର ଲାଗି ଟନେଲ ବୋରିଂ ମେସିନ (ଟିବିଏମ)ଓ ନ୍ୟୁ ଅଷ୍ଟ୍ରିୟନ ଟନେଲିଂ ମେଥଡ (ଏନଏଟିଏମ)ର ଉପଯୋଗ କରି ୨୧ କିଲୋମିଟର ଦୀର୍ଘ ସୁଡ଼ଙ୍ଗ ଲାଗି ଟେଣ୍ଡର ଅମନ୍ତ୍ରିତ କରିଛନ୍ତି। ଏହି ସୁଡ଼ଙ୍ଗ ମହାରାଷ୍ଟ୍ର ରାଜ୍ୟର ବାନ୍ଦ୍ରା-କୁର୍ଲା କମ୍ପ୍ଲେକ୍ସ ଭୂତଳ ଷ୍ଟେସନ ଓ ଶିଲଫଟା ମଧ୍ୟରେ ନିର୍ମିତ ହେବ। ଠାଣେ କ୍ରିକରେ ସମୁତଳେ ନିର୍ମିତ ହେବାକୁ ଥିବା ସୁଡ଼ଙ୍ଗ ଦେଶରେ ପ୍ରଥମ ଥର ହେବ।

ନ୍ୟାସନାଲ ହାଇସ୍ପିଡ ରେଲ କର୍ପୋରେସନ ମୁମ୍ବାଇ-ଅହମ୍ମଦାବାଦ ୫୦୮ କିଲୋମିଟର ଦୀର୍ଘ ଭାରତର ପ୍ରଥମ ହାଇସ୍ପିଡ ରେଳ ଲାଇନର ନିର୍ମାଣ କରୁଛନ୍ତି। ଯାହାର ୩୫୨ କିଲୋମିଟର ମାର୍ଗ ଗୁଜରାଟର ୯ ଓ ମହାରାଷ୍ଟ୍ରର ୩ ଜିଲ୍ଲା ଦେଇଯିବ। ଏହି ପ୍ରକଳ୍ପ କାର୍ଯ୍ୟ ସମସ୍ତ ୮ଟି ଜାକ ଜିଲ୍ଲାରେ ଆରମ୍ଭ ହୋଇସାରିଛି।

ଏହି କରିଡରରେ ୧୨ଟି ଷ୍ଟେସନର ନିର୍ମାଣ ହେଉଛି। ୧.୦୮ଲକ୍ଷ କୋଟି ଟଙ୍କା ବ୍ୟୟରେ ନିର୍ମିତ ହେଉଥିବା ଏହି ପ୍ରକଳ୍ପ କାମ ଶେଷ ହେଲେ ବୁଲେଟ୍ ଟ୍ରେନ ଘଣ୍ଟାପ୍ରତି ୩୨୦ କିଲୋମିଟର ବେଗରେ ଗତି  କରିବ। ମୁମ୍ବାଇ-ଅହମ୍ମଦାବାଦ ମାତ୍ର୨ ଘଣ୍ଟାରେ ଯାତ୍ରା କରିହେବ।     

   Related Posts