ପୁରୀ ୦୬।୦୧ - ଭଡାଟିଆ ମାଲିକଙ୍କୁ ଛାତରୁ ଠେଲି ଦେବାରୁ ଘର ମାଲିକଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଏପରି ଘଟଣା ପୁରୀ ସହରରେ ଘଟିଛି । ପୁରୀ ପଥୁରିଆ ସାହିରେ ଥିବା ଏକ ଘରେ ଘର ମାଲିକ ଓ ଭଡାଟିଆ ଛାତ ଉପରେ ଥିଲେ କୌଣସି କଥାକୁ ନେଇ ଉଭୟଙ୍କ ମଧ୍ୟରେ କଥା କଟା କଟି ହୋଇଥିଲା ।
ଭଡା କଥାକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡା ହୋଇଥିବା ସ୍ଥାନୀୟ ଲୋକ ପ୍ରକାଶ କରିଛନ୍ତି । ଏହାପରେ ଭଡାଟିଆ ମାଲିକଙ୍କୁ ଠେଲି ଦେଇଥିବା ଅଭିଯୋଗ ହୋଇଛି । ପୁଲିସ ଭଡାଟିଆକୁ ଅଟକ ରଖିଛି ।
ମୃତ ବ୍ୟକ୍ତିଙ୍କର ନାମ ନରେନ୍ଦ୍ର ମହାରଣା ଓ ତାଙ୍କ ବୟ ୬୫ ବର୍ଷ ବୋଲି ଜଣା ପଡିଛି । ପୁଲିସ ଅଟକ ରଖିଥିବା ଭଡିଟିଆଙ୍କ ନାମ ବେଣୁଧର ସାହୁ । ଭଡାଟିଆ ଠେଲି ଦେବା ସମୟରେ ନରେନ୍ଦ୍ର ଚିତ୍କାର କରିଥିଲେ । ପରେ ସେ ଘର ଅଗଣାରେ ପଡିଥିଲେ । ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।