ହରିଦ୍ୱାରରୁ ଫେରୁଥିବା ବେଳେ ଗଛରେ ପିଟିହେଲା ଗାଡି : ଚାଲିଗଲା ୧୦ ଶ୍ରଦ୍ଧାଳୁଙ୍କ ଜୀବନ, ୭ ଗୁରୁତର

Published By : Prameya-News7 Bureau | June 23, 2022 IST

ଲକ୍ଷ୍ନୌ ୨୩।୦୬ : ଉତ୍ତରପ୍ରଦେଶର ପିଲ୍‌ଭିତ୍‌ରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଯେଉଁଥିରେ ୧୦ଜଣଙ୍କ ମୃତ୍ୟୁ ହୋଇଥିବା ୭ଜଣ ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ।

ଖବର ଅନୁଯାୟୀ, ଉତ୍ତରପ୍ରଦେଶ ଲଖିମପୁର କିଛି ଲୋକେ ହରିଦ୍ୱାରରୁ ଦର୍ଶନ ସାରି ଫେରୁଥିଲେ । ହମିରପୁର ସ୍ଥିତ ମୌଦା ଥାନା ନିକଟରେ ଗାଡିଟି ଭାରସାମ୍ୟ ହରାଇ ଏକ ଗଛରେ ପିଟି ହୋଇଯାଇଥିଲା । ଯାହାଫଳରେ ଗାଡିରେ ଥିବା ୧୭ଜଣଙ୍କ ମଧ୍ୟରୁ ୧୦ଜଣଙ୍କ ମୃତ୍ୟୁ ହୋଇଯାଇଛି । ସେହିପରି ଆଉ ୭ଜଣ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୨ରୁ ୩ଜଣଙ୍କ ଅବସ୍ଥା ଗୁରୁତର ରହିଛି । ସେମାନଙ୍କୁ ଉନ୍ନତ ଚିକିତ୍ସା ଲାଗି ବରେଲି ସ୍ଥିତ ମେଡିକାଲରୁ ସ୍ଥାନାନ୍ତରିତ କରାଯାଇଛି। ଡ୍ରାଇଭରଙ୍କ ଆଖି ଲାଗିଯିବାରୁ ଏହି ଦୁର୍ଘଟଣା ଘଟିଥିବା ଅନୁମାନ କରାଯାଉଛି ।

ସେପଟେ ଗୁରୁବାର ଦିନ ଭୋର ୪.୩୦ ସମୟରେ ଏହି ଦୁର୍ଘଟଣା ଘଟିଥିଲା । ତୁରନ୍ତ ସ୍ଥାନୀୟଲୋକେ ପୋଲିସକୁ ଖବର ଦେଇଥିଲେ । ପୋଲିସ ଖବର ପାଇ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ସେପଟେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଲୋକଙ୍କ ପ୍ରତି ନିଜର ଶୋକ ଜାହିର କରିଛନ୍ତି । ଏହାସହିତ ଦୁର୍ଘଟଣାରେ ଗୁରୁତର ଥିବା ଲୋକଙ୍କୁ ଆଶୁ ଆରୋଗ୍ୟ କାମନା କରିଛନ୍ତି ।ସମସ୍ତ ମୃତାହତ ଲଖିମପୁର ଜିଲ୍ଲା ଗୋଲା ଗାଁର ବୋଲି ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.