ଅହମଦାବାଦ: ଦ୍ରୁତ ଗତିରେ ଆସି ଟ୍ରେଲର ଟ୍ରକ ତଳେ ପଶିଗଲା କାର୍। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଘଟଣାରେ ୧୦ ଜଣଙ୍କର ମୃତ୍ୟୁ ହୋଇଛି। ବୁଧବାର ଅମହଦାବାଦ-ଭଦୋଦଦାର ଏକ୍ସପ୍ରେସୱେରେ ଏଭଳି ଘଟଣା ଘଟିଛି। ଘଟଣାରେ ଅନ୍ୟ ଜଣେ ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସା ହେଉଛନ୍ତି।
ପୁଲିସର ସୂଚନା ଅନୁସାରେ, କାର୍ଟି ଭଦୋଦରାରୁ ଅହମଦାବାଦ ଯାଉଥିଲା। ଅମହଦାବାଦ-ଭଦୋଦଦାର ଏକ୍ସପ୍ରେସୱେରେ ଆଗରେ ଯାଉଥିବା ଏକ ଟ୍ରେଲର ଟ୍ରକ୍କୁ ସିଧା ଟକ୍କର ଦେଇ ଟ୍ରକ୍ ତଳେ ପସିଯାଇଥିଲା। ଫଲରେ କାର୍ରେ ବସିଥିବା ୧୦ ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇଛି। ଘଟଣା ସ୍ଥଳରେ ୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଡାକ୍ତରଖାନା ନେବା ବାଟରେ ପ୍ରାଣ ହରାଇଛନ୍ତି।
ପଢ଼ନ୍ତୁ-ରାଜଧାନୀରେ ଡବଲ ମର୍ଡର, ପତ୍ନୀ ଓ ଶଳାଙ୍କୁ ହତ୍ୟା ପରେ ଅଭିଯୁକ୍ତର ଆତ୍ମସମର୍ପଣ
ଦୁର୍ଘଟଣା ବିଷୟରେ ଖବର ପାଇଁ ଦୁଇଟି ଆମ୍ବୁଲାନ୍ସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ହସ୍ପିଟାଲ ଆଣିଛି। ଦୁର୍ଘଟଣା ଯୋଗୁ ଏକ୍ସପ୍ରେସ୍ୱେର ଟ୍ରାଫିକ ସମସ୍ୟା ସୃଷ୍ଟି ହୋଇଛି। ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଟ୍ରାଫିକ୍ ହଟାଇବା ସହ ଘଟଣା କେମିତି ଘଟିଲା? ସେ ନେଇ ତଦନ୍ତ ଆରମ୍ଭ କରିଛି।