୧୦ କିଲୋ ଚନ୍ଦନ କାଠ ଜବତ; ଦୁଇ ଅଭିଯୁକ୍ତ ଗିରଫ
12/12/2022 at 7:36 PM

କୋରାପୁଟ ୧୨/୧୨: ବନ ବିଭାଗ ଦ୍ବାରା ୧୦ କିଲୋ ଚନ୍ଦନ କାଠ ଜବତ। ଏପରି ଘଟଣା କୋରାପୁଟ ଜିଲ୍ଲା ବାରିଗୁଡ଼ା ଗାଁରେ ଦେଖିବାକୁ ମିଳିଛି। ଚନ୍ଦନ କାଠ କାରବାର ଅଭିଯୋଗରେ ୨ ଅଭିଯୁକ୍ତ ଗିରଫ ହେବା ସହ ୩ ଜଣ ଫେରାର ଅଛନ୍ତି। ଗିରଫ ଅଭିଯୁକ୍ତଙ୍କ ଠାରୁ ଗୋଟିଏ ବାଇକ ସହ ଗୁଳି ଭର୍ତ୍ତି ଦେଶୀ ବନ୍ଧୁକ ବନ ବିଭାଗ ଜବତ କରିଛି।

ଚନ୍ଦନ କାଠ ଚୋରା ଚାଲାଣ ହେବା ଜାଣି ବାରିଗୁଡ଼ା ଗାଁ ପାଖେ ବନ ବିଭାଗ କର୍ମଚାରୀ ଜଗି ରହିଥିଲେ। ଏହି ସମୟରେ ବାଇକରେ ଚନ୍ଦନକାଠ ନେବା ବେଳେ ବନ କର୍ମଚାରୀ ୨ ଜଣଙ୍କୁ ଧରିଥିଲେ। ଗିରଫ ଅଭିଯୁକ୍ତଙ୍କ ୩ ଜଣ ସହଯୋଗି ଘଟଣା ସ୍ଥଳରୁ ଫେରାର୍ ହୋଇଛନ୍ତି। ଫେରାର ଅଭିଯୁକ୍ତ ଶୀଘ୍ର ଗିରଫ ହେବେ ବୋଲି କୋରାପୁଟ ବନାଞ୍ଚଳ ଅଧିକାରୀ ରୋହିତ କୁମାର ଜଣାଇଛନ୍ତି।
Related Posts
ବିଳମ୍ୱିତ ରାତିରେ ମାତିଲେ ଦୁର୍ବୃତ୍ତ, ତାଲା ଭାଙ୍ଗି ଲୁଟିଲେ ବ୍ୟାଙ୍କ୍
3 February 2023