କୋରାପୁଟ ୮।୮: ଲଗାଣ ବର୍ଷା ପରେ ଏବେ ଡରାଉଛି ଡେଙ୍ଗୁ । କୋରାପୁଟ ପୌର ପରିଷଦରେ ଏବେ ଡେଙ୍ଗୁ ଆତଙ୍କ ଦେଖାଦେଇଛି । ପୌର ପରିଷଦର ମିଶନ କମ୍ପାଉଣ୍ଡ ଠାରେ ପ୍ରତ୍ୟେକଟି ଘରେ ଅଛନ୍ତି ଡେଙ୍ଗୁ ସଂକ୍ରମିତ । ଗୋଟିଏ ଦିନରେ ୧୦ରୁ ଉର୍ଦ୍ଧ୍ବ ଡେଙ୍ଗୁ ପଜିଟିଭ ଥିବା ବେଳେ ଅଧିକାଂଶ ଘରେ ଜ୍ବରରେ ଆକ୍ରାନ୍ତ ହୋଇଛନ୍ତି ଲୋକେ । ସୋମବାର ଜଣେ ଡେଙ୍ଗୁ ଆକ୍ରାନ୍ତ ମହିଳାଙ୍କର କୋରାପୁଟ ମେଡିକାଲରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି ।
{"id":828012,"sizeSlug":"full","linkDestination":"none"} wp:embed {"url":"https://www.prameyanews7.com/dengue-spread-at-bbsr-bmc-awar-people/","type":"wp-embed","providerNameSlug":"prameya-news-7"} /wp:embedସେପଟେ ଅଞ୍ଚଳର ପରିମଳ ବ୍ୟବସ୍ଥା ଠିକ୍ ନାହିଁ । ଜୁଆଡ଼େ ଦେଖିବେ ପଡିଛି କୁଢ଼ କୁଢ଼ ଅଳିଆ ଆବର୍ଜନା । ଦିନବେଳେ ମଶା ଭଣଭଣ ହେଉଥିବା ଦେଖିବାକୁ ମିଳିଛି । ଯଥାଶୀଘ୍ର ମିଶନ କମ୍ପାଉଣ୍ଡରେ ପରିମଳ ବ୍ୟବସ୍ଥା ପ୍ରତି ଧ୍ୟାନ ଦିଆନଗଲେ କୋରାପୁଟ ସହର ସ୍ଥିତି ବିଗିଡିପାରେ ବୋଲି କୁହାଯାଉଛି ।
{"id":828013,"sizeSlug":"full","linkDestination":"none"} wp:embed {"url":"https://www.prameyanews7.com/number-of-bed-for-dengue-patients-will-increase-in-capital-hospital/","type":"wp-embed","providerNameSlug":"prameya-news-7"} /wp:embedସେପଟେ ଡେଙ୍ଗୁ ବ୍ୟାପିବା ଖବର ପରେ ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ଅଞ୍ଚଳ ପରିଦର୍ଶନ କରାଯାଇଛି । ପ୍ରତ୍ୟେକ ଘରେ ଲୋକଙ୍କ ସ୍ଵାସ୍ଥ୍ୟାବସ୍ଥା ପଚାରି ବୁଝିବା ସହ ଲୋକଙ୍କୁ ସଚେତନ କରାଯାଉଛି । ପୌର ପ୍ରଶାସନ ପକ୍ଷରୁ ଅଞ୍ଚଳ ସଫେଇ କାର୍ଯ୍ୟ ଆରମ୍ଭ କରିବା ସହ ମଶା ଧୂଆଁ ନାଳ ନର୍ଦ୍ଦମାରେ ମେଡିସିନ ସିଞ୍ଚନ କରାଯିବା ନେଇ ପୌର ଅଧ୍ୟକ୍ଷ ଲଲାଟ ରଞ୍ଜନ ସେଠୀ ଅଭିଯୋଗ କରିଛନ୍ତି । ଏହାସହ କୋରାପୁଟ ସହରର ପ୍ରତ୍ୟେକ ୱାର୍ଡରେ କାଉନସିଲର ସହ ସ୍ଵଚ୍ଛ ସାଥୀଙ୍କୁ ୱାର୍ଡ଼ ପରିଦର୍ଶନ କରି ପରିମଳ ବ୍ୟବସ୍ଥା ତଦାରଖ କରିବା ସହ ଆଗକୁ କୋରାପୁଟରେ କିଭଳି ଡେଙ୍ଗୁ ବ୍ୟାପିବ ନାହିଁ ସେଥିପ୍ରତି ପୌର ପ୍ରଶାସନ ସଜାଗ ସହ ସଚେତନ ରହିଛି ପୌର ଅଧ୍ୟକ୍ଷ କହିଛନ୍ତି ।
You Can Read :
wp:embed {"url":"https://www.prameyanews7.com/two-elephants-returns-bonai-area-of-sundergarh/","type":"wp-embed","providerNameSlug":"prameya-news-7"} /wp:embed