ତାତିରୁ ନାହିଁ ନିସ୍ତାର, ସାଢେ ୮ ସୁଦ୍ଧା ରାଜ୍ୟର ବିଭିନ୍ନ ସ୍ଥାନର ତାପମାତ୍ରା ରେକର୍ଡ

Published By : Prameya-News7 Bureau | April 24, 2024 IST

ଭୁବନେଶ୍ୱର ୨୪/୦୪: ଝାଞ୍ଜି ଖରାରୁ ନାହିଁ ନିସ୍ତାର । ଆହୁରି ୪ ରୁ ୬ଡିଗ୍ରୀ ବଢ଼ିଯିବ ଦିନ ତାପମାତ୍ରା । ମେ ୧ ତାରିଖ ବେଳକୁ ତାତି ୪୮ ଡିଗ୍ରୀ ସେଲସିୟସ ଛୁଇଁଯିବା ସମ୍ଭାବନା ରହିଛି । ଟକମକ ଫୁଟିବ ସାରା ରାଜ୍ୟ । ଗତ ୧୦ ଦିନ ଧରି ଲାଗି ରହିଛି ଅବିରତ ଅଗ୍ନିବର୍ଷା । ପଶ୍ଚିମ ଓଡ଼ିଶାରେ କାଳବୈଶାଖୀ ସାମୟିକ ଆଶ୍ବସ୍ତି ଆଣିଥିଲା। ହେଲେ ପୁଣି ବଢ଼ିବ ତାତି । 

କେବେ କମିବ ଏ ଭୟଙ୍କର ସ୍ଥିତି ସେନେଇ କୌଣସି ନିର୍ଦ୍ଦିଷ୍ଟ ଆଭାସ ମିଳୁନାହିଁ । ଆକାଶରେ ମେଘର ଚିହ୍ନବର୍ଣ୍ଣ ନାହିଁ । ତତଲା ହାଓ୍ବା ଜାଳି ପୋଡି ଦେଉଛି। ଉତ୍ତର ଓ ଉତ୍ତର ପଶ୍ଚିମ ଆଡୁ ଶୁଷ୍କ ବାୟୁ ପ୍ରବେଶ କରୁଥିବାରୁ ଏହା ପ୍ରଭାବରେ ଗରମ ଅଧିକ ଅନୁଭୂତ ହେଉଛି । ସକାଳ ସାଢେ ୮ ସୁଦ୍ଧା ରେକର୍ଡ ହୋଇଛି ବିଭିନ୍ନ ସ୍ଥାନର ତାପମାତ୍ରା । 

ତାଳଚେରର ତାପମାତ୍ରା ୩୬°C, ଅନୁଗୁଳର ତାପମାତ୍ର ୩୫°C, ବାଲେଶ୍ୱରର ତାପମାତ୍ରା ୩୫°C, ଭୁବନେଶ୍ୱରର ତାପମାତ୍ରା ୩୪.୨°C, ଜଗତସିଂହପୁରର ତାପମାତ୍ରା ୩୪°C, ଚାନ୍ଦବାଲିର ତାପମାତ୍ରା ୩୩.୮°C, ଭଦ୍ରକର ତାପମାତ୍ରା ୩୩.୭°C, ଭବାନୀପାଟଣାର ତାପମାତ୍ରା ୩୩.୫°C, ଝାରସୁଗୁଡାର ତାପମାତ୍ରା ୩୩.୩°C, ବୌଦ୍ଧାର ତାପମାତ୍ରା ୩୩°C, ବାରିପଦାର ତାପମାତ୍ରା ୩୩°C, କଟକର ତାପମାତ୍ରା ୩୨.୬°C, ରାଉରକେଲାର ତାପମାତ୍ରା ୩୨.୨°C, ନୟାଗଡର ତାପମାତ୍ରା ୩୨°C, କେନ୍ଦ୍ରାପଡ଼ାର ତାପମାତ୍ରା ୩୨°C ରେକର୍ଡ ହୋଇଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.