୨୪ ଘଣ୍ଟା ପରେ ବଢିବ ତାପମାତ୍ରା, ୯ ପରେ ବାତ୍ୟା ସମ୍ଭାବନା

Published By : Prameya-News7 Bureau | May 04, 2023 IST

ଭୁବନେଶ୍ୱର ୦୪/୦୫: ରାଜ୍ୟରେ ପୁଣି ବଢିବ ତାତିର ପ୍ରକୋପ । ମେ ୭ ବେଳକୁ ତାପମାତ୍ରା ୪୦ ଡିଗ୍ରୀ ଟପିବ ବୋଲି ସୂଚନା ଦେଇଛି ପାଣିପାଗ ଦେଇଛି । ୭ ରୁ ପୁଣି ଭୀଷଣ ଗରମ ଆଶଙ୍କା । ଅନ୍ୟପଟେ ସମ୍ଭାବ୍ୟ ବାତ୍ୟା ଆହୁରି ସାଂଘାତିକ ଗ୍ରୀଷ୍ମ ଲହରିକୁ ଟାଣି ଆଣିପାରେ ।

ଆସନ୍ତା ୫ତାରିଖ ପରେ କମିବ କାଳବୈଶାଖୀ। । ୭ରୁ ରାଜ୍ୟର ଅନେକ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ୍‌ ଉପରେ ରହିପାରେ । ଆସନ୍ତା ୯, ୧୦ ଓ ୧୧ରେ ରାଜ୍ୟରେ ଭୀଷଣ ଗରମ ଅନୁଭୂତ ହୋଇପାରେ । କେତେକ ସ୍ଥାନରେ ତାପମାତ୍ରା ୪୪ଡିଗ୍ରୀ ସେଲସିୟସ୍‌ ଛୁଇଁପାରେ । ଏହା ପରବର୍ତ୍ତୀ ପାଗ ସମ୍ଭାବ୍ୟ ବାତ୍ୟା ଉପରେ ନିର୍ଭର କରିବ ।

ଯଦି ସମ୍ଭାବ୍ୟ ବାତ୍ୟା ଭାରତ ଉପକୂଳ ଆଡ଼କୁ ମୁହାଁଇବ, ପାଗ ବଦଳିବ । ବର୍ଷା ହେବା ସହ ତାତି ପ୍ରକୋପ ୨-୪ ଦିନ ପର୍ଯ୍ୟନ୍ତ ହ୍ରାସ ପାଇଯିବ । ହେଲେ ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ବାତ୍ୟା ଯଦି ଭାରତ ଉପକୂଳରୁ ଦୂରରେ ଯିବ, ଗରମ ପ୍ରକୋପ ହ୍ରାସ ପାଇବା ସମ୍ଭାବନା କମ୍‌ । ତେବେ ସମ୍ଭାବ୍ୟ ବାତ୍ୟା ନେଇ ଏଯାବତ୍ ଓଡ଼ିଶା ଉପକୂଳ ପାଇଁ ନାହିଁ ସତର୍କ ସୂଚନା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.