ଭୁବନେଶ୍ୱର ୧୬/୦୪: ସକାଳୁ ସକାଳୁ ଜଳିଲାଣି ରାଜ୍ୟ । ସାରା ରାଜ୍ୟର ତାତିର ପ୍ରକୋପ ଦେଖାଗଲାଣି । ଦିନ ୧୧.୩୦ ସୁଦ୍ଧା ବାଲେଶ୍ୱରର ତାପମାତ୍ରା -୪୦.୫ °C, ଭୁବନେଶ୍ୱରର ତାପମାତ୍ରା ୩୯.୬ °C, ଝାରସୁଗୁଡା ତାପମାତ୍ରା ୩୯.୫ °C, ଚାନ୍ଦବାଲିର ତାପମାତ୍ରା ୩୯.୧ °C, କେନ୍ଦୁଝରର ତାପମାତ୍ରା ୩୯ °C, ରାଉରକେଲାର ତାପମାତ୍ରା ୩୭ °C, ସମ୍ବଲପୁର ତାପମାତ୍ରା ୩୭ °C, ହିରାକୁଦର ତାପମାତ୍ରା ୩୬.୮ °C, ଗୋପାଳପୁରର ତାପମାତ୍ରା ୩୫.୪ °C, ପୁରୀର ତାପମାତ୍ରା ୩୪.୨ °C, ପାରାଦୀପର ତାପମାତ୍ରା ୩୪.୨ °C ଡିଗ୍ରୀ ରେକର୍ଡ ହୋଇଛି ।
ଆଜି ଦିନ 11ଟା 30 ସୁଦ୍ଧା ରେକର୍ଡ ତାପମାତ୍ରା
— usd (@usd0705) April 16, 2024
Balasore: 40.5°C
Bhubaneswar: 39.6°C
Jharsuguda: 39.5°C
Chandbali: 39.1°C
Keonjhar: 39°C
Rourkela: 37°C
Sambalpur: 37°C
Hirakud: 36.8°C
Gopalpur: 35.4°C
Puri: 34.2°C
Paradeep: 34.2°C
ସୂଚନା ଥାଉକି, ଆଗକୁ ଭୟଙ୍କର ତାତି ମାଡ଼ି ଆସୁଛି । ୧୭ରୁ କିଛି ସ୍ଥାନରେ ୪୫ ଡିଗ୍ରୀ ଡି ଛୁଇଁଯିବ । ଭୁବନେଶ୍ୱର ଓ କଟକ ଉତ୍ତପ୍ତ ଅଞ୍ଚଳ ପାଲଟିଯିବ । ୧୭ରୁ ୨୦ ତାରିଖ ଭିତରେ କିଛି କିଛି ଜିଲ୍ଲାରେ ତାତି ୪୩ ରୁ ୪୫ ଡିଗ୍ରୀରେ ପହଞ୍ଚିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ରାଜ୍ୟକୁ ଆସୁଥିବା ଶୁଷ୍କ ବାୟୁ ଓ ସୂର୍ଯ୍ୟ କିରଣର କି ତୀବ୍ରତା ବଢ଼ିବା ଯୋଗୁ ପ୍ରଚଣ୍ଡ ତାତି ହେବ । ମଙ୍ଗଳବାର ଭୁବନେଶ୍ୱର, କଟକ, ଭବାନୀପାଟଣା ଓ ଝାରସୁଗୁଡ଼ାରେ ତାତି ୪୩ ଡିଗ୍ରୀ ଛୁଇଁପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି ।
ଆକାଶରୁ ହେବ ନିଆଁବର୍ଷା, ବିଭିନ୍ନ ସ୍ଥାନରେ ୪୪ ଡିଗ୍ରୀ ଛୁଇଁପାରେ ପାରଦ
ଆକାଶରୁ ନିଆଁ ବର୍ଷା ହେବ । ପ୍ରଚଣ୍ଡ ଗ୍ରୀଷ୍ମଲହରୀ ଜନଜୀବନ ଅସ୍ତବ୍ୟସ୍ତ କରି ପକାଇବ । ଭଦ୍ରକ, ଯାଜପୁର, ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ, ଖୋର୍ଦ୍ଧା, କଟକ, ନୟାଗଡ଼, କୋରାପୁଟ, ମାଲକାନଗିରିରେ ତାତି ଅସମ୍ଭାଳ ହେବ । ଏ ସବୁ ଜିଲ୍ଲାରେ ଗ୍ରୀଷ୍ମପ୍ରବାହ ବହିବ । ଏଥିପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଆଗାମୀ ୪ଦିନଦିରେ ତାପମାତ୍ରା ଆହୁରି ୪ ଡିଗ୍ରୀ ବଢ଼ିପାରେ ।