ବର୍ଷା ପ୍ରଭାବରେ ଖସିଲା ତାପମାତ୍ରା, ୨୪ ଘଣ୍ଟାରେ ବିଭିନ୍ନ ସ୍ଥାନରେ ହାଲକା ବର୍ଷା ସମ୍ଭାବନା

Published By : Prameya-News7 Bureau | February 24, 2024 IST

ଭୁବନେଶ୍ୱର ୨୪/୦୨: ରାଜ୍ୟର ଅଧିକାଂଶ ସ୍ଥାନର ଦିନ ତାପମାତ୍ରା ଶୁକ୍ରବାର ଖସିଛି । ମାତ୍ର ଦୁଇଟି ସହର ୩୫ଡିଗ୍ରୀ ଛୁଇଁଛି । ଅନ୍ୟ ସହରର ତାପମାତ୍ରା ୩୫ଡିଗ୍ରୀରୁ କମ୍‌ ରହିଛି । ଗୁରୁବାର ୧୮ଟି ସହରର ତାପମାତ୍ରା ୩୫ ଡିଗ୍ରୀ ବା ଏହାଠାରୁ ଅଧିକ ଥିଲା । ଶନିବାର ରାତିରେ ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ହାଲୁକା ବର୍ଷା ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

ଶୁକ୍ରବାର ପାରଳାଖେମୁଣ୍ଡିର ଦିନ ତାପମାତ୍ରା ସର୍ବାଧିକ ୩୫.୬ଡିଗ୍ରୀ ରହିଛି । ବୌଦ୍ଧର ୩୫, ଟିଟିଲାଗଡ଼ର ୩୪.୫, ରାୟଗଡ଼ାରେ ୩୪.୪, ଅନୁଗୁଳରେ ୩୪.୧, ମାଲକାନଗିରି, ଭବାନୀପାଟଣା ଓ ନୂଆପଡ଼ାରେ ୩୪, ଫୁଲବାଣୀ ଓ ଝାରସୁଗୁଡ଼ାରେ ୩୩.୪ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ଡ. ଉମାଶଙ୍କର ଦାସ କହିଛନ୍ତି, ଗୁରୁବାର ରାତିରେ ଉତ୍ତର ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ହୋଇଛି ।

ଶନିବାର ରାତିରେ ଉପକୂଳ ଓଡ଼ିଶାରେ ହାଲୁକା ବର୍ଷା ସମ୍ଭାବନା ଅଛି । ଆସନ୍ତା ୬ଦିନ ଯାଏ ରାଜ୍ୟରେ ଦିନ ତାପମାତ୍ରା ଅପେକ୍ଷାକୃତ କମ୍‌ ରହିବ ବୋଲି ସେ ପୂର୍ବାନୁମାନ କରିଛନ୍ତି । ଗୁରୁବାର ଅଧିକାଂଶ ସହରରେ ରାତି ତାପମାତ୍ରା ୨୦ ଡିଗ୍ରୀ ଉପରେ ଥିଲା । ସମ୍ବଲପୁରର ରାତି ତାପମାତ୍ରା ସ୍ୱାଭାବିକ ତୁଳନାରେ ସର୍ବାଧିକ ୪.୮ଡିଗ୍ରୀ ଅଧିକ ରେକର୍ଡ ହୋଇଛି । କୋରାପୁଟରେ ସର୍ବନିମ୍ନ ୧୪.୬ ଡିଗ୍ରୀ ରେକର୍ଡ ହୋଇଛି।

you can also read...

wp:embed {"url":"https://www.prameyanews7.com/gajodharan-besha-today-on-puri/","type":"wp-embed","providerNameSlug":"prameya-news-7"}
https://www.prameyanews7.com/gajodharan-besha-today-on-puri/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.