ଅସ୍ଥାୟୀ ବନ କର୍ମଚାରୀଙ୍କ ବିଷ ପିଇ ଆତ୍ମହତ୍ୟା ଘଟଣା, ଥାନାରେ ଏତଲା ଦେଲେ ସ୍ତ୍ରୀ

Published By : Prameya-News7 Bureau | December 22, 2022 IST

କରଞ୍ଜିଆ ୨୨/୧୨: ଅସ୍ଥାୟୀ ବନ କର୍ମଚାରୀଙ୍କ ବିଷ ପିଇ ଆତ୍ମହତ୍ୟା ଘଟଣା । ଥାନାରେ ଏତଲା ଦେଲେ ମୃତ ତୁରାମଙ୍କ ସ୍ତ୍ରୀ ଚିଲମ ପୂର୍ତ୍ତି । ଗତ ୭ ତାରିଖରେ ହାତୀ ଶିକାର ପରେ ପ୍ରମାଣ ନଷ୍ଟ ପାଇଁ ମୃତଦେହକୁ ପୋଡିବା ଘଟଣାର ପ୍ରମୁଖ ସାକ୍ଷୀ କୁହାଯାଉଥିବା ଅସ୍ଥାୟୀ ବନ କର୍ମଚାରୀ ତୁରାମ ପୂର୍ତ୍ତିଙ୍କୁ ମୃତ୍ୟୁ ହୋଇଥିଲା । ଜେନାବିଲ ରେଞ୍ଜର ଭାରପ୍ରାପ୍ତ ରେଞ୍ଜର ଶିଵ ଶଙ୍କର ସାମଲ, ବିନୋଦ ଦାସ ଚନ୍ଦ୍ରଭାନୁ ବେହେରା ମିଶି ତାଙ୍କୁ ସେଦିନ ନିସ୍ତୁକ ପିଟିବା ସହିତ ତାଙ୍କୁ ବିଷପିଆଇ ମାରିଥିବା ଅଭିଯୋଗ ଆଣି ତାଙ୍କ ସ୍ତ୍ରୀ ଚିଲମ ପୂର୍ତ୍ତି ଯଶୀପୁର ଥାନାରେ ଲିଖିତ ଏତଲା  ଦେଇଛନ୍ତି ।

ଗତ ୧୧ ତାରିଖ ଦିନ ଶିଵ ଶଙ୍କର ସାମଲ ଏବଂ ତାଙ୍କର ଦୁଇ ସହଯୋଗୀ ବନ କର୍ମଚାରୀ ମିଶି ହାତୀ ପୋଡି ଘଟଣା କାହିଁକି ପ୍ରକାଶ କଲୁ କହି ମୋ ସ୍ୱାମୀକୁ ନିସ୍ତୁକ ପିଟିବା ସହିତ ଜୋର ଜବରଦସ୍ତ ବିଷ ପିଆଇ ଦେଇଥିବା ସେ ଏଥିରେ ଉଲ୍ଲେଖ କରିଛନ୍ତି । ଯାହା ଫଳରେ ସେ ଅସୁସ୍ଥ ହୋଇ ପ୍ରଥମେ ଜଶିପୁର, ପରେ କରଞ୍ଜିଆ ଏବଂ କଟକରେ ଚିକିତ୍ସିତ ହେଉଥିଲେ । ହେଲେ ଗତ ୧୫ ତାରିଖରେ ତାଙ୍କର ମୃତ୍ୟୁ ହୋଇଥିଲା । ଏହା ପରେ ଆମ୍ବୁଲାନ୍ସରେ ଘରକୁ ଆଣିବା ବେଳେ ରାସ୍ତାରେ ତାଙ୍କୁ ଦୁର୍ବ୍ୟବହାର କରିବା ସହିତ ସ୍ୱାମୀର ମୃତଦେହଟିକୁ ଜଙ୍ଗଲରେ ଫିଙ୍ଗିଦେବା ପାଇଁ ପ୍ରୟାସ କରିଥିବା ଗୁରୁତର ଅଭିଯୋଗ ଆଣିଛନ୍ତି ଚିଲମ । ତେବେ ଯଶୀପୁର ଥାନା ପୋଲିସ ଏକ ହତ୍ୟା ମାମଲା ରୁଜ୍ଜୁ କରି ଅଧିକ ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.