କେନ୍ଦୁଝରରେ ଟ୍ରଲରକୁ ପଛରୁ ପିଟିଲା ଟେମ୍ପୋ : ୨ ମୃତ ,ଜଣେ ଗୁରୁତର
20/01/2019 at 11:55 AM

କେନ୍ଦୁଝର ୨୦/୧: କେନ୍ଦୁଝରରେ ଟ୍ରଲରକୁ ପଛରୁ ଦୃତଗତିରେ ଆସୁଥିବା ଏକ ଟେମ୍ପୋ ପିଟିଛି। ଘଟଣାସ୍ଥଳରେ ଦୁଇଜଣଙ୍କ ମୃତ୍ୟୁ ଘଟିବାବେଳେ ଜଣେ ଗୁରୁତର ହୋଇଛନ୍ତି। ଗୁରୁତରଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ମୃତକ ହେଲେ ଧତିକା ଗାଁର ଜଗୁନ ମହାକୁଡ଼ ଓ ଟେମ୍ପୋ ଡ୍ରାଇଭର ମିଥୁନ ନାୟକ । ଗତକାଲି ବିଳମ୍ବିତ ରାତିରେ ଜଗୁନ ବୋଲାଇପଦା ସ୍ଥିତ ତାଙ୍କ ଶ୍ୱଶୁର ଘରକୁ ଯାଉଥିବା ସମୟରେ ଯୋଡ଼ା ଥାନାର ବାସୁଦେବ ପୁର ଛକ ନିକଟରେ ଟ୍ରଲରକୁ ପଛ ପଟୁ ଦ୍ରୁତ ଗତିରେ ଅଟୋ ଧକା ଦେଇ ଥିଲା। ଫଳରେ ଘଟଣାସ୍ଥଳରେ ମିଥୁନଙ୍କର ମୃତ୍ୟୁ ହୋଇଥିବାବେଳେ ଡାକ୍ତରଖାନାରେ ଜଗୁନଙ୍କର ମୃତ୍ୟୁ ସୋଇଥିଲା। ଜଗୁନଙ୍କର ସ୍ତ୍ରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।
Related Posts
ଡାକ୍ତରଙ୍କ ଶତ ଚେଷ୍ଟା ବିଫଳ , ସ୍ଵାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ପରଲୋକ
29 January 2023