ମନ୍ଦିରରେ ପଶି ଉତ୍ପାତ କଲା ଦନ୍ତା; ହାତୀ ଆକ୍ରମଣରେ କର୍ମଚାରୀ ଗୁରୁତର
27/01/2023 at 9:17 PM

ରାଉରକେଲା ୨୭/୦୧: ସୁନ୍ଦରଗଡ଼ ଜିଲ୍ଲା ବଣାଇ ସହରରେ ଥିବା ଦେଓଗାଁ ବାବା ବାଣେଶ୍ୱର ମନ୍ଦିର ପଶିଲା ଦନ୍ତା। ମନ୍ଦିର କାନ୍ଥ ଭାଙ୍ଗିବା ସହିତ କର୍ମଚାରୀଙ୍କୁ କଲା ଆକ୍ରମଣ। ମନ୍ଦିର କର୍ମଚାରୀ ଲୋଚନ ବେହେରାଙ୍କୁ ଦନ୍ତା କଚାଡି ଦେଇଥିବା ଜଣାପଡ଼ିଛି। ଗୁରୁତର ଭାବେ ତାଙ୍କୁ ବଣାଇ ଡାକ୍ତରଖାନାରେ ଭର୍ତି କରାଯାଇଛି। ଧରଣୀଧର ପାଲି ଜଙ୍ଗଲରେ, ପୂର୍ବରୁ ଏହି ଗୋଠ ଛଡ଼ା ଦନ୍ତା କୁଳି ପୋଷ ରେଞ୍ଜରେ ଆକ୍ରମଣ କରି ଜଣଙ୍କ ଜୀବନ ନେଇଥିଲା। ଏହି ଗୋଠ ଛଡ଼ା ଦନ୍ତା ଯୋଗୁଁ ଏବେ ଅଞ୍ଚଳବାସୀ ଭୟଭୀତ ଅଛନ୍ତି। ବନ ବିଭାଗ ହାତୀଟିକୁ ଟ୍ରାଙ୍କୁଲାଇଜ୍ କରି କାବୁ ନକଲେ ଲୋକମାନେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି।