ବ୍ରହ୍ମପୁରରେ ଖୋଲିଲା ମନ୍ଦିର, ଭୋଗ କରିପାରିବେ ନାହିଁ ଭକ୍ତ

Published By : Prameya-News7 Bureau | August 03, 2021 IST

ବ୍ରହ୍ମପୁର ୦୩।୦୮ : ଦୀର୍ଘ ମାସର ବ୍ୟବଧାନ ପରେ ବ୍ରହ୍ମପୁରରେ ମଙ୍ଗଳବାର ଖୋଲିଲା ମନ୍ଦିର । ଭକ୍ତମାନେ ମନ୍ଦିରରେ ଠାକୁରକୁ ଦର୍ଶନ କରିପାରିବେ । କିନ୍ତୁ କରୋନା କଟକଣା ମାନିବାକୁ ହେବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି ।

 ତେବେ ମନ୍ଦିରରେ ଭୋଗରାଗ କରିହେବ ନାହିଁ । ମନ୍ଦିର ଭିତରେ କୌଣସି କାର୍ଯ୍ୟକ୍ରମ ମଧ୍ୟ ହୋଇପାରିବ ନାହିଁ ।ସେହିପରି ସମସ୍ଥ ପ୍ରକାର ଗାଇଡ୍ ଲାଇନ୍ କୁ ଅନୁପାଳନ କରିବା ପାଇଁ ବ୍ରହ୍ମପୁର ମହାନଗର ନିଗମ କମିଶନର ମନ୍ଦିର କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ସୂଚନାଯୋଗ୍ୟ, ରାଜ୍ୟ ସରକାର ଅଗଷ୍ଟ ମାସ ଗାଇଡଲାଇନ୍ ଜାରି କରିବା ପରେ ସ୍ଥାନୀୟ ପ୍ରଶାସନ ମନ୍ଦିର ଖୋଲିବାକୁ ଅନୁମତି ଦେଇଥିବା କମିଶନର କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.