ଅମ୍ବାଜି ମନ୍ଦିରରୁ ଚୋରି, ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଲୁଟିନେଲେ ଦୁର୍ବୃତ୍ତ
19/01/2023 at 11:02 AM

କଳାହାଣ୍ଡି ୧୯/୦୧: କଳାହାଣ୍ଡି ଜିଲ୍ଲା କେସିଙ୍ଗାର ଏକ ମୁଖ୍ୟ ମନ୍ଦିର ତଥା ସହରର ଏକ ମୁଖ୍ୟ ଆକର୍ଷଣ ପାଲଟିଥିବା ଅମ୍ବାଜି ମନ୍ଦିରରୁ ଚୋରି । ବୁଧବାର ବିଳମ୍ବିତ ରାତିରେ ଚୋରି ହେଇଥିବା ସୂଚନା ମିଳିଛି ।
ରାତିରେ କିଛି ଦୁର୍ବୃତ୍ତ ଅମ୍ବାଜି ମନ୍ଦିରର ଛାତପଟୁ କବାଟ ଭାଙ୍ଗି ପଶିଥିବା ବେଳେ ଅମ୍ବାଜି ମାଙ୍କ ସୁନା ଅଳଙ୍କାର ଚୋରି କରି ନେଇଛନ୍ତି । ପ୍ରାୟ ୧୮୦ ଗ୍ରାମରୁ ଉର୍ଦ୍ଧ୍ୱ ସୁନା ଏବଂ ହୁଣ୍ଡିରେ ଥିବା ଟଙ୍କା ପଇସା ନେଇ ଯାଇଥିବା ମନ୍ଦିର କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । କେସିଙ୍ଗା ଥାନା ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛନ୍ତି ।
Related Posts
କନ୍ଧମାଳ ପୋଲିସକୁ ସଫଳତା, ଚୋରି ସାମଗ୍ରୀ ଜବତ, ୫ ଗିରଫ
6 February 2023