ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ଆଖଣ୍ଡଳମଣି ପୀଠର ସମ୍ପ୍ରସାରଣ ପାଇଁ ଜମି ଅଧିଗ୍ରହଣ ପ୍ରକ୍ରିୟା ଆରମ୍ଭ, ବିସ୍ଥାପିତ ହେବେ ୧୩୨ପରିବାର

6/02/2023 at 1:10 PM

ଚାନ୍ଦବାଲି ୦୬/୦୨: ବାବା ଆଖଣ୍ଡଳମଣିଙ୍କ ପୀଠକୁ ଏକ ନୂଆରୂପରେ ଗଢିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରୟାସ ଜାରି ରହିଛି । ସରକାରଙ୍କ ପକ୍ଷରୁ ପ୍ରଥମ ପର୍ଯ୍ୟାୟରେ ମନ୍ଦିର ବେଢାର ସମ୍ପ୍ରସାରଣ ସହ ନାଟମଣ୍ଡପ ମରାମତି ସହ ଅନ୍ୟାନ୍ୟ ଉନ୍ନତି ପାଇଁ ୬କୋଟି ଟଙ୍କା ଯୋଗାଇ ଦିଆଯାଇଥିଲା ।

ଏହି କାର୍ଯ୍ୟ ଏବେ ଅନ୍ତିମ ପର୍ଯ୍ୟାୟରେ ପହଁଚିଥିବା ବେଳେ ଅବଶିଷ୍ଟ କାର୍ଯ୍ୟକୁ ତ୍ୱାରାନ୍ୱିତ କରି ଖୁବଶୀଘ୍ର ଶେଷ କରିବାକୁ ବିଭାଗୀୟ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି ଜିଲାପାଳ । ୨ୟ ପର୍ଯ୍ୟାୟରେ ହେବାକୁ ଥିବା ପୀଠର ଓ ମନ୍ଦିର ପରିଧିର ସମ୍ପ୍ରସାରଣ ପାଇଁ ଭଦ୍ରକ ଜିଲାପାଳ ସିଦ୍ଧେଶ୍ବର ବଳିରାମ ବନ୍ଦୋର ନିଜେ କ୍ଷେତ୍ର ପରିଦର୍ଶନ କରିଛନ୍ତି ।

ତାହାସହ ତାଙ୍କ ପରାମର୍ଶ କ୍ରମେ ଚାନ୍ଦବାଲି ତହସିଲଦାର, ଆରଡି ରାଜସ୍ୱ ନୀରିକ୍ଷକଙ୍କ ସହ ବହୁ ଅଧିକାରୀ ଜମି ଅଧିଗ୍ରହଣ ନିମନ୍ତେ ବିସ୍ଥାପିତ ହେବାକୁ ଥିବା ୧୩୨ ପରିବାରଙ୍କର ବାସଗୃହ ଓ ଜାଗାର ଖସଡା ପ୍ରସ୍ତୁତ କରିଛନ୍ତି । ରାଜ୍ୟ ସରକାରଙ୍କର ଏହି ଐତିହ୍ୟ ପଦକ୍ଷେପକୁ ପୀଠର ଜନସାଧାରଣ, ଆଗନ୍ତୁକ ଭକ୍ତ ଓ ପର୍ଯ୍ୟଟକ ସାଧୁବାଦ ଜଣାଇଛନ୍ତି ।

   Related Posts