ପ୍ରଶସଂକ ହେବ ତ’ ଏମିତି, ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ନିର୍ମାଣ କରୁଛନ୍ତି ମନ୍ଦିର, ସ୍ଥାନ ପାଇବ ପ୍ରତିମୂର୍ତ୍ତି

Published By : Prameya-News7 Bureau | January 20, 2023 IST

ନୂଆଦିଲ୍ଲୀ, ୨୦/୦୧: ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ତିଆରି ହେବ ମନ୍ଦିର.. ସ୍ଥାନିତ ହେବ ପ୍ରତିମୂର୍ତ୍ତି। ପ୍ରକୃତରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ କାମରେ ପ୍ରଭାବିତ ହୋଇ ତାଙ୍କର ଜଣେ ଅନୁଗାମୀ ଏକ ମନ୍ଦିର ନିର୍ମାଣ କରିବାକୁ ଯାଉଛନ୍ତି। ଆଉ ଏହି ମନ୍ଦିରରେ ସେ ଖୋଦ୍ ଯୋଗୀ ଆଦିତ୍ୟନାଥଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରିବେ।

ନିର୍ମାଣରେ ଖର୍ଚ୍ଚ ହେବ ୪ କୋଟି:

ଅୟୋଧ୍ୟାର ପ୍ରଭାକର​‌ ମୌର୍ଯ୍ୟ ନାମକ ଏହି ବ୍ୟକ୍ତି ଯୋଗୀଙ୍କର ଜଣେ ବଡ଼ ପ୍ରଶଂସକ। ସେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଉଦ୍ଦେଶ୍ୟରେ ଭଦରସା ଉପକଣ୍ଠରେ ନିର୍ମାଣ କରିବାକୁ ଯାଉଛନ୍ତି । ମୌର୍ଯ୍ୟ କହିଛନ୍ତି ମନ୍ଦିର ନିର୍ମାଣରେ ୪ କୋଟି ଖର୍ଚ୍ଚ ହେବ। ଏଥିରେ ଯୋଗୀଙ୍କର ୧୦୧ ଫୁଟ୍‌ ଉଚ୍ଚତାର ଏକ ଜୀବନ୍ତ ପ୍ରତିମୂର୍ତ୍ତି ସ୍ଥାନ ପାଇବ ଏବଂ ଏଠାରେ ନିୟମିତ ଭାବରେ ପ୍ରାର୍ଥନା ମଧ୍ୟ କରାଯିବ।

୨୦୨୭ ସୁଦ୍ଧା ସରିବ ନିର୍ମାଣ:

ସେ ଆହୁରି କହିଛନ୍ତି ୨ ବର୍ଷ ତଳେ ଏହିଭଳି ମନ୍ଦିର ତିଆରି କରିଥିଲେ କିନ୍ତୁ ବିବାଦ କାରଣରୁ ତାହାକୁ ବନ୍ଦ କରିବାକୁ ପଡ଼ିଥିଲା। କିନ୍ତୁ ଏଥର ସେ ନିଜ ଜମିରେ ଜମିରେ ମନ୍ଦିର ନିର୍ମାର କରାଇଥିଲେ। ଯୋଗୀ ଆଦିତ୍ୟନାଥ ମନ୍ଦିରର ଭୂମିପୂଜନ ଫେବୃଆରୀ ୨୪ ରେ ହେବ। ୨୦୨୭ ସୁଦ୍ଧା ଏହାର ନିର୍ମାଣ କାର୍ଯ୍ୟ ସରିବ ବୋଲି କହିଛନ୍ତି ମୋର୍ଯ୍ୟ।  ବଡ଼ କଥା ହେଉଛି ହିନ୍ଦୁଙ୍କ ବ୍ୟତୀତ ସ୍ଥାନୀୟ ମୁସଲିମ୍‌ ସଂପ୍ରଦାୟର ଲୋକେ ମଧ୍ୟ ମନ୍ଦିର ନିର୍ମାଣରେ ସହଯୋଗ ତଥା ସମର୍ଥନ ଦେଉଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.