ପୂରଣ ହେଲା ଦୀର୍ଘ ଦିନର ଦାବି, ଭକ୍ତଙ୍କ ପାଇଁ ଖୋଲିଲା ପଶ୍ଚିମ ଦ୍ଵାର

Published By : Prameya-News7 Bureau | April 29, 2022 IST

ପୁରୀ ୨୯/୦୪: ପୂରଣ ହେଲା ଦୀର୍ଘ ଦିନର ଦାବି।‌ ଆଜିଠାରୁ ଭକ୍ତଙ୍କ ପାଇଁ ଖୋଲିଛି ପଶ୍ଚିମ ଦ୍ଵାର । ମହାପ୍ରଭୁଙ୍କ ଦର୍ଶନରେ ଆସୁଥିବା ଭକ୍ତମାନେ ଆଜିଠାରୁ ସିଂହଦ୍ଵାର ସହ ପଶ୍ଚିମ ଦ୍ଵାର ଦେଇ ଶ୍ରୀମନ୍ଦିର ଯାଇ କରୁଛନ୍ତି ମହାପ୍ରଭୁଙ୍କ ଦର୍ଶନ ।‌ ଏଥିସହ ଉତ୍ତର ଓ ଦକ୍ଷିଣ ଦ୍ଵାର ଦେଇ କରୁଛନ୍ତି ପ୍ରସ୍ଥାନ ।

ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ମହାପ୍ରଭୁଙ୍କ ଦର୍ଶନରେ ଆସୁଥିବା ଭକ୍ତମାନଙ୍କ ପାଇଁ ପଶ୍ଚିମ ଦ୍ବାରରେ ସ୍ଥାୟୀ ସେଡ୍ ନିର୍ମାଣ ସହ ପାନୀୟ ଜଳ ଓ ଜୋତା ଷ୍ଟାଣ୍ଡ ବ୍ୟବସ୍ଥା କରାଯାଇଛି। ସେହିପରି ଆସନ୍ତା ମେ ମାସ ତିନି ତାରିଖରେ ପବିତ୍ର ଅକ୍ଷୟ ତୃତୀୟା ଅବସରରେ ମହାପ୍ରଭୁଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ରଥନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ।

wp:gallery {"linkTo":"none"} /wp:gallery

ତେଣୁ ରଥନିର୍ମାଣ କାର୍ଯ୍ୟ ଓ ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିର ଆସୁଥିବା ଭକ୍ତମାନଙ୍କର ଯେଭଳି କୈାଣସି ଅସୁବିଧା ନହୁଏ ସେନେଇ ପ୍ରଶାସନ ପକ୍ଷରୁ ଭକ୍ତଙ୍କ ପାଇଁ ସିଂହଦ୍ଵାର ଓ ପଶ୍ଚିମ ଦ୍ଵାର ଖୋଲାଯାଇଛି । ପୂର୍ବରୁ କେବଳ ପଶ୍ଚିମ ଦ୍ଵାର ବାଟେ ପୁରୀ ବାସୀ ସ୍ବତନ୍ତ୍ର ଭାବେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରୁଥିଲେ । କିନ୍ତୁ ଏବେ ଏହି ଦ୍ବାର ସର୍ବସାଧାରଣଙ୍କ ପାଇଁ ଖୋଲିଥିବାରୁ ଭକ୍ତ ମାନେ ପ୍ରଶାସନକୁ ଧନ୍ୟବାଦ ଜଣାଇଛନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.