ଚଳିତ ବର୍ଷ ଅସହ୍ୟ କରିବ ତାତି, ଦାଉ ସାଜିବ ଗ୍ରୀଷ୍ମ

Published By : Prameya-News7 Bureau | February 13, 2024 IST

ଭୁବନେଶ୍ୱର ୧୩।୦୨ : ଚଳିତ ବର୍ଷ ଅସହ୍ୟ କରିବ ତାତି । କଲବଲ କରିବ ଗରମ ଗୁଳୁଗୁଳି । ଏଥର ଏପ୍ରିଲ ମାସରେ ଗ୍ରୀଷ୍ମ ଦାଉ ବ୍ୟଥିତ କରିପାରେ ବୋଲି କହିଛନ୍ତି ସୋଆ ସିଇସି  ନିର୍ଦ୍ଦେଶକ ଶରତ ସାହୁ ।

ପାଣିପାଗ ବିଶେଷଜ୍ଞଙ୍କ ସୂଚନା ଅନୁସାରେ, ୨୦୧୫ରେ ଷ୍ଟ୍ରଙ୍ଗ ଏଲିନୋ ପ୍ରଭାବ ଥିଲା । ଏହାପରେ ୨୦୧୬ରେ ମେ ମାସ ପର୍ଯ୍ୟନ୍ତ ପ୍ରଭାବ ଜାରୀ ରହିଥିଲା । ଫଳରେ ପ୍ରବଳ ଗରମ ଅନୁଭୂତ ହୋଇଥିଲା । ସେହିପରି ୨୦୨୩-୨୪ରେ ମଧ୍ୟ ସେହିପ୍ରକାର ସ୍ଥିତି ଦେଖାଯାଉଛି । ତେଣୁ ଅଧିକ ଗରମ ଗୁଳୁଗୁଳିର ସମ୍ଭାବନା ରହିଛି ।

wp:embed {"url":"https://www.prameyanews7.com/cold-wave-down-and-rain-fall-alert-at-odisha/","type":"wp-embed","providerNameSlug":"prameya-news-7"}
https://www.prameyanews7.com/cold-wave-down-and-rain-fall-alert-at-odisha/
/wp:embed

ସେପଟେ ଓଡ଼ିଶା ଉତ୍ତର ଆନ୍ଧ୍ରପ୍ରଦେଶରେ ଏକ ଗୁରୁଚାପ ବଳୟ ରହିଛି। ପ୍ରଭାବରେ ଓଡ଼ିଶାର  ବିଭିନ୍ନ ସ୍ଥାନରେ ଘନ କୁହୁଡି ପରିଲକ୍ଷିତ ହେଉଛି ।  ସେହିପରି ୧୮ରୁ ତାପମାତ୍ରା ବଢ଼ିବ । ଦକ୍ଷିଣ ଓଡ଼ିଶାରେ ୩୩ ଡିଗ୍ରୀ ଉପରେ ରହିବାର ସମ୍ଭାବନା ମଧ୍ୟ ରହୁଛି । ଭୁବନେଶ୍ଵର ମଧ୍ୟ ୩୫ ଡିଗ୍ରୀ ତାପମାତ୍ରା ଛୁଇଁପାରେ। ଏଭଲି ସ୍ଥିତି ୨୨ ତାରିଖ ପର୍ଯ୍ୟନ୍ତ ଦେଖାଦେଇପାରେ ।  ବାୟୁମଣ୍ଡଳର ଉପରି ଭାବରେ ଏକ ଟ୍ରାପ ଲାଇନ୍ ଆସୁଛି , ଏହାର ପ୍ରଭାବରେ ୧୬-୧୮ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷାର ବି ସମ୍ଭାବନା ରହୁଛି ।

wp:embed {"url":"https://www.prameyanews7.com/two-bjd-leader-file-nomination-today/","type":"wp-embed","providerNameSlug":"prameya-news-7"}
https://www.prameyanews7.com/two-bjd-leader-file-nomination-today/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.