ତାତିରୁ ନାହିଁ ନିସ୍ତାର, ସକାଳ ସାଢେ ୮ ସୁଦ୍ଧା ସବୁଠୁ ଉତ୍ତପ୍ତ ଭବାନୀପାଟଣା

Published By : Prameya-News7 Bureau | April 20, 2024 IST

ଭୁବନେଶ୍ୱର ୨୦/୦୪: ସାରା ରାଜ୍ୟରେ ତାତିର ପ୍ରକୋପକ । ଅସହ୍ୟ ତାତିରେ ଆଉଟୁପାଉଟୁ ବିଭିନ୍ନ ଜିଲ୍ଲା । ସକାଳ ୮ ଟା ୩୦ସୁଦ୍ଧା ରାଜ୍ୟର ବିଭିନ୍ନ ସ୍ଥାନରେ ତାପମାତ୍ରା ଟପିଲାଣି ୩୦ । ପ୍ରଚଣ୍ଡ ତାତି ସାଙ୍ଗକୁ ଅତି ଭୀଷଣ ଗ୍ରୀଷ୍ମପ୍ରବାହ ଛଟପଟ କରିଛି । ଶନିବାର ବି ଏଥିରୁ ତ୍ରାହି ନାହିଁ । 

ଭବାନୀପାଟଣାର ତାପମାତ୍ରା ୩୫°C, ବଲାଙ୍ଗୀରର ତାପମାତ୍ରା ୩୪.୨°C, ରାଉକେଲାର ତାପମାତ୍ରା ୩୩.୪°C, କଟକର ତାପମାତ୍ରା ୩୩°C, ବାରିପଦାର ତାପମାତ୍ରା ୩୩°C, କେନ୍ଦୁଝରର ତାପମାତ୍ରା ୩୩°C, ଝାରସୁଗୁଡାର ତାପମାତ୍ରା ୩୩°C, ବାଲେଶ୍ୱରର ତାପମାତ୍ରା ୩୩°C, ଚାନ୍ଦବାଲିର ତାପମାତ୍ରା ୩୩.୮°C, ଟିଟଲାଗଡର ତାପମାତ୍ରା ୩୨.୪°C ରେକର୍ଡ ହୋଇଛି । ସେହିଭଲି ଭୁବନେଶ୍ୱରର ତାପମାତ୍ରା ୩୨.୨°C, ତାଳଚେରର ତାପମାତ୍ରା ୩୨.୨°C, ଭଦ୍ରକର ତାପମାତ୍ରା ୩୧.୪°C, ନୂଆପଡାର ତାପମାତ୍ରା ୩୧.୪°C,  

ଜଗତସିଂହପୁରର ତାପମାତ୍ରା ୩୧.୪°C ରେକର୍ଡ ହୋଇଛି । 

ସୂଚନା ଥାଉକି, ୨୦ରେ ନୟାଗଡ଼, ଅନୁଗୁଳ ଓ ବୌଦ୍ଧରେ ଭୀଷଣ ଗ୍ରୀଷ୍ମପ୍ରବାହ ବହିବ । ଏଥିପାଇଁ ପାଣିପାଗ ବିଭାଗ ଅରେଞ୍ଜ ଓାର୍ଣ୍ଣିଂ ଜାରି କରିଛି । କେନ୍ଦୁଝର, ଖୋର୍ଦ୍ଧା, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତ୍‌ସିଂହପୁର, ଢେଙ୍କନାଳ, ମାଲକାନଗିରି, ନବରଙ୍ଗପୁର, ଗଞ୍ଜାମ ଓ ଗଜପତିରେ ଗ୍ରୀଷ୍ମଲହରୀ ଜାରି ରହିବ । 

ଗ୍ରୀଷ୍ମପ୍ରବାହର ଏଭଳି ଭୟଙ୍କର ଜ୍ୱାଳାରୁ ସାମୟିକ ଆଶ୍ୱସ୍ତି ମିଳିପାରେ ବୋଲି ପାଣିପାଗ ବିଶେଷଜ୍ଞମାନେ ଆଶା ଦେଇଛନ୍ତି । ପାଣିପାଗ ବିଭାଗ କହିଛି, ୨୧ ତାରିଖରେ ପଶ୍ଚିମା ଝଡ଼ ପ୍ରଭାବରେ କାଳବୈଶାଖୀ ବର୍ଷା ସମ୍ଭାବନା ଅଛି । ୨୪ ତାରିଖ ଯାଏ ଅନେକ ସ୍ଥାନରେ ତାପମାତ୍ରା ୨ରୁ ୩ ଡିଗ୍ରୀ କମିପାରେ । ୨୧ରୁ ୨୪ ଯାଏ ତାତିରେ ସାମାନ୍ୟ ବ୍ରେକ୍‌ ଲାଗିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.