ରାଜ୍ୟରେ ଆହୁରି କମିବ ଶୀତ : ଖାଲି ରାତି ନୁହେଁ, ଦିନ ତାପମାତ୍ରା ବି ବଢ଼ିବ

Published By : Prameya-News7 Bureau | January 31, 2024 IST

ଭୁବନେଶ୍ୱର ୩୦।୦୧: ରାଜ୍ୟରେ ଆହୁରି କମିବ ଶୀତ। ଉପକୂଳ ଓଡ଼ିଶାର ଅଧିକାଂଶ ସ୍ଥାନରେ ରାତି ତାପମାତ୍ରା ବଢ଼ୁଥିବାବେଳେ ଆଗକୁ ଆହୁରି ବଢ଼ିବ । ଖାଲି ରାତି ନୁହେଁ, ଦିନ ତାପମାତ୍ରା ବି ବଢ଼ିବ । ଏଣିକି କମ୍‌ ଶୀତ ଅନୁଭୂତ ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

wp:embed {"url":"https://www.prameyanews7.com/heavy-rainfall-start-from-jan-31/","type":"wp-embed","providerNameSlug":"prameya-news-7"}
https://www.prameyanews7.com/heavy-rainfall-start-from-jan-31/
/wp:embed

ତେବେ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ଉମାଶଙ୍କର ଦାସଙ୍କ ପୂର୍ବାନୁମାନ ଅନୁସାରେ, ଆଗକୁ ରାତି ତାପମାତ୍ରା ଆହୁରି ବଢ଼ିବ । ଜଳୀୟବାଷ୍ପ ବାୟୁ ପ୍ରବାହ ଯୋଗୁ ଶୀତ କମିଯିବ । ସେହିଭଳି ସୋଆ ଜଳବାୟୁ ଓ ପରିବେଶ କେନ୍ଦ୍ର ନିର୍ଦ୍ଦେଶକ ଡ. ଶରତ ସାହୁଙ୍କ ଆକଳନ ଅନୁସାରେ, ରାତି ତାପମାତ୍ରା କ୍ରମଶଃ ବଢ଼ିବ । ୪ ଓ ୫ ତାରିଖରେ ଦିନ ତାପମାତ୍ରା ୩୨ରୁ ୩୩ ଡିଗ୍ରୀରେ ପହଞ୍ଚିବ । ରାତି ତାପମାତ୍ରା ୨୦ରୁ ୨୨ ଡିଗ୍ରୀ ଛୁଇଁଯିବ । ତେବେ ୨ତାରିଖରେ ବର୍ଷାର ସାମାନ୍ୟ ପ୍ରଭାବ ରହିବ । ପଶ୍ଚିମା ଝଡ଼ ପ୍ରଭାବରେ ୫, ୬ ଓ ୭ ତାରିଖରେ ବର୍ଷା ହୋଇପାରେ । ବର୍ଷା ପ୍ରଭାବରେ ତାପମାତ୍ରା ସାମାନ୍ୟ କମିବ । 

ପାଣିପାଗ ବିଭାଗର ଆକଳନ କହୁଛି, ୩୧ ତାରିଖରେ ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, କନ୍ଧମାଳ, ସୋନପୁର, ବଲାଙ୍ଗୀର, ଢେଙ୍କାନାଳ, ଅନୁଗୁଳ, ଯାଜପୁର, ବାଲେଶ୍ୱର, କଟକ, ବୌଦ୍ଧ ଓ କଳାହାଣ୍ଡିରେ ଘନ କୁହୁଡ଼ି ଦୃଶ୍ୟମାନ ହୋଇପାରେ । ସେହିଭଳି ୧ ଓ ୨ ତାରିଖରେ ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ସ୍ୱଳ୍ପ ବର୍ଷା ହୋଇପାରେ ।

wp:embed {"url":"https://www.prameyanews7.com/leaked-allu-arjuns-gangamma-talli-avatar/","type":"wp-embed","providerNameSlug":"prameya-news-7"}
https://www.prameyanews7.com/leaked-allu-arjuns-gangamma-talli-avatar/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.