ଆହୁରି ୨ ରୁ ୩ ଡିଗ୍ରୀ ବଢିବ ତାତି, କଲବଲ ହେବ ଓଡ଼ିଶା

Published By : Prameya-News7 Bureau | March 03, 2024 IST

ଭୁବନେଶ୍ଵର: ରାଜ୍ୟରେ ଆହୁରି ବଢିବ ତାତି । ସ୍ଵାଭାବିକ ଠାରୁ ୨ ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ଆହୁରି ତାତି ବୃଦ୍ଧି ପାଇବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ବିଶେଷ କରି ଉପକୂଳ ସମେତ ପଶ୍ଚିମ ଓଡ଼ିଶାରେ ଅସମ୍ଭାଳ ହେବ ତାତି । ବାଲେଶ୍ବର, ମୟୁରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ ଏବଂ ଝାରସୁଗୁଡା ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ହାଲୁକା ବର୍ଷା ଏବଂ କିଛି ସ୍ଥାନରେ ଘଡଘଡି ବିଜୁଳି ସହ ବର୍ଷା ହେବ ବୋଲି ସତର୍କ କରାଇଛି ପାଣିପାଗ କେନ୍ଦ୍ର ।

wp:heading {"level":4}

Also read- କୁମାରଖୁଣ୍ଟିରେ ହାତୀଙ୍କ ପାଠଶାଳା, ୬ରୁ ଆରମ୍ଭ ହେବ ପାଠପଢା

/wp:heading

୫ ତାରିଖ ପର୍ଯ୍ୟନ୍ତ ପଶ୍ଚିମା ଝଡ ପ୍ରଭାବରେ ଉତ୍ତର ଓଡ଼ିଶାରେ ହାଲୁକା ବର୍ଷା ନେଇ ଆକଳନ କରାଯାଇଥିବା ବେଳେ ଉପକୂଳ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାରେ ପରଦା ଉପରେ ମୁଁହ ହେବା ଏଲନିନୋ ପ୍ରଭାବ ଅଧିକ ରହୁଥିବାରୁ ଅଧିକ ତାତି ଅନୁଭୁତ ହେବ । ଏଥିପାଇଁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ମାର୍ଚ୍ଚ ମାସରେ ପଶ୍ଚିମା ଝଡର ଅଧିକ ପ୍ରଭାବ ରହିଲେ ମଧ୍ୟ ଗ୍ରୀଷ୍ମ ପ୍ରବାହ ଜାରି ରହିବ ବୋଲି  ଆକଳନ କରାଯାଉଛି

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.